ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଂଶସା । ପାକିସ୍ତାନ ଭିତରେ ୯ ଆତଙ୍କୀ ଠିକଣାକୁ ନଷ୍ଟ କରାଯାଇଛି । ଲକ୍ଷ୍ୟଭେଦ ଏତେ ସଠିକ ଯାହାକି କଳ୍ପନା ବାହାରେ । ଉନ୍ନତମାନର ଯୁଦ୍ଧାସ୍ତ୍ର ପାଇଁ ଲକ୍ଷ୍ୟଭେଦ ସଫଳ । ଆକ୍ରମଣରେ ବହୁମାତ୍ରା ଆତଙ୍କବାଦୀ ମରିଛନ୍ତି । ଆକ୍ରମଣରେ କୈାଣସି ବି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନି । ଆମ ସାର୍ବଭୈାମତ୍ୱ କେହି ଚ୍ୟାଲେଞ୍ଜ କରିପାରିବେନି । କେହି ଦୁଃସାହାସ କଲେ ଦଶା ଭୋଗିବାକୁ ପ୍ରସ୍ତୁତ ରୁହ । ସେନାକୁ ହୃଦୟରୁ ଅଭିନନ୍ଦନ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଶତ୍ରୁଙ୍କ ବିରୋଧରେ ସୌର୍ୟ୍ୟ ଦେଖାଇଲେ ଭାରତୀୟ ସେନା । କହିଲେ, ଭାରତୀୟ ସେନାର ବିଜୟ ହୋଇଛି । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ସଠିକ୍ ଭାବରେ ଅପରେସନ୍ ସିନ୍ଦୂର ଚାଲିଛି । ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୂର ଜାରି ରହିଛି । ଜୟ ହିନ୍ଦ ଜୟ ହିନ୍ଦ୍ ।
Views: 27