The Ultimate Managed Hosting Platform
ADVERTISEMENT

ଅପରେସନ ‘ସିନ୍ଦୂର’କୁ ନେଇ ପାକର ଧମକ ; “ପ୍ରତିଶୋଧ” ନେବୁ

Facebook
Twitter
LinkedIn

ନୂଆଦିଲ୍ଲୀ : ଅପରେସନ ‘ସିନ୍ଦୂର’କୁ ନେଇ ପାକର ଧମକ । ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ସହିଦମାନଙ୍କ ରକ୍ତର ପ୍ରତ୍ୟେକ ବୁନ୍ଦାର ପ୍ରତିଶୋଧ ନେବୁ । ପାକିସ୍ତାନ ଜାଣିଛି କିପରି ଉଚିତ ଜବାବ ଦେବାକୁ ହୁଏ । ସମଗ୍ର ଦେଶ ଏହାର ସାହସୀ ସଶସ୍ତ୍ର ବାହିନୀକୁ ସାଲ୍ୟୁଟ କରୁଛି ।
ଭାରତର ‘ଅପରେସନ ସିନ୍ଦୂର’ ପରେ ବିଳିବିଳେଇ ଉଠିଛି ପାକିସ୍ତାନ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଉଗ୍ର ହେଉଛି ସେହବାଜ ସରକାର । ପାକିସ୍ତାନ ସଂସଦରେ ଏୟାରଷ୍ଟ୍ରାଇକକୁ ସ୍ୱୀକାର କରିଛନ୍ତି ସେହେବାଜ ସରିଫ୍ । ବୁଧବାର ବିଳମ୍ୱିତ ରାତିରେ ସଂସଦରୁ ଦେଶକୁ ସମ୍ୱୋଧନ କରି ପାକ୍ ପ୍ରଧାନମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି, ଭାରତ ମଙ୍ଗଳବାର ରାତିରେ ଯାହା କରିଛି, ତାର ଗମ୍ଭୀର ପରିଣତ ଭୋଗିବ । ଭାରତକୁ ପ୍ରତ୍ୟେକ ରକ୍ତ ବୁନ୍ଦାର ହିସାବ ଦେବାକୁ ପଡିବ, ଏହି ବର୍ବରତା ପାଇଁ ଭାରତ ବଡ ମୂଲ୍ୟ ଦେବ ବୋଲି ଚେତାବନୀ ଦେଇଛନ୍ତି ।
ପାକିସ୍ତାନ କେମିତି ଜୋରଦାର ଜବାବ ଦିଏ, ମଙ୍ଗଳବାର ରାତିରେ ତାହା ପ୍ରମାଣିତ କରିଛୁ ବୋଲି କହିଛନ୍ତି ସରିଫ । ଏଥିସହ ଦେଶବାସୀଙ୍କୁ ସମମ୍ୱୋଧିତ କରି ସେ କହିଛନ୍ତି, ଦେଶ ପାଇଁ ଶେଷ ନିଶ୍ୱାସ ଯାଏ ଲଢ଼େଇ କରିବୁ । ଏୟାର ଷ୍ଟ୍ରାଇକ୍ ପରେ କିଛି ଘଣ୍ଟା ଭିତରେ ଭାରତୀୟ ସେନାକୁ କଡ଼ା ଜବାବ ଦେଇ ଘଉଡ଼ାଇ ଦେଇଛୁ ବୋଲି କହିଛନ୍ତି ସେହବାଜ ସରିଫ୍ । ଭାରତର କାର୍ୟ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ଓ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଅଛନ୍ତି । ସରିଫ ମୃତକଙ୍କୁ ସହିଦ ସମ୍ୱୋଧନ କରି ତାଙ୍କ ପରିବାର ସହ ପୂରା ପାକିସ୍ତାନ ରହିଥିବା କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login