The Ultimate Managed Hosting Platform
ADVERTISEMENT

ଅପରେସନ ମହାଦେବ : ଆତଙ୍କୀ ହମିସ ମୂସା ସଫା

Facebook
Twitter
LinkedIn

ନୂଆଦିଲ୍ଲୀ : ଅପରେସନ ମହାଦେବରେ ୩ ଆତଙ୍କବାଦୀ ନିପାତ । ଶ୍ରୀନଗର ହରୱାନ ଦଚିଗାମ ନ୍ୟାସନାଲ ପାର୍କ ଅଞ୍ଚଳରେ ନିପାତ । ଆଉ କିଛି ଆତଙ୍କବାଦୀ ଲୁଚିଥିବା ସନେ୍ଦହରେ ସର୍ଚ୍ଚ ଅପରେସନ ଜାରି । ଏହି ଆତଙ୍କୀ ମାନେ ପହଲଗାମ ହମଲାରେ ସାମିଲ ଥିବା ସଂଦେହ କରାଯାଉଛି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ଭାବେ ପ୍ରକାଶ କରାଯାଇ ନାହିଁ । ଜମ୍ମୁ ଓ କାଶ୍ମୀର ପୋଲିସ ପୂର୍ବରୁ ଏହି ହମଲାରେ ଜଡ଼ିତ ୫ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲା, ଯେଉଁମାନଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ନାଗରିକ ଅସିଫ ଫୌଜୀ (ହାସିମ ମୁସା), ସୁଲେମାନ ଶାହ (ୟୁନୁସ), ଏବଂ ଅବୁ ତାଲହା (ଅସିଫ) ଏବଂ ୨ ଜଣ ସ୍ଥାନୀୟ କଶ୍ମୀର ବାସିନ୍ଦା ଅନନ୍ତନାଗର ଆଦିଲ ଗୁରୀ ଓ ପୁଲୱାମାର ଆହସାନ ସାମିଲ ଥିଲେ । ଜମ୍ମୁ କଶ୍ମୀର ପୋଲିସ ଓ ସିଆରପିଏଫ ପକ୍ଷରୁ ଜାରି ରହିଛି ଅପରେସନ ମହାଦେବ । ଆତଙ୍କୀ ଗତିବିଧିକୁ ଦୃଷ୍ଟିରେ ରଖି ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login