The Ultimate Managed Hosting Platform
ADVERTISEMENT

ଅପରେସନ କାବେରୀ’ ଶେଷ, ସୁଦାନରୁ ଉଦ୍ଧାର ହେଲେ ୩୮୬୨ ଭାରତୀୟ

Facebook
Twitter
LinkedIn

ନୂଆଦିଲ୍ଲୀ : ସୁଦାନରେ ଫସିଥିବା ଭାରତୀୟ ନାଗରିକକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ‘ଅପରେସନ କାବେରୀ’ ସମାପ୍ତ ହୋଇଛି । ଭାରତୀୟ ବାୟୁସେନାରେ ଶେଷ ବିମାନ ୪୭ ଜଣ ଯାତ୍ରୀଙ୍କୁ ଧରି ଭାରତକୁ ଫେରିଛି । ଏହି ଅପରେସନ ଅଧିନରେ ୩୮୬୨ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେନାର ୧୭ଟି ବିମାନ, ୫ଟି ଜାହାଜ ଅପରେସନ କାବେରୀରେ କାମ କରିଥିଲା । ୨୪ ଏପ୍ରିଲରେ ‘ଅପରେସନ କାବେରୀ’ ଆରମ୍ଭ ହୋଇଥିଲା । ସେମାନଙ୍କୁ ସୁଦାନ ହିନ୍ଦନରୁ ସାଉଦି ଆରବର ଜେଦାହ ନିଆଯାଇଥିଲା ଏବଂ ଜେଦାହରୁ ଭାରତ ଅଣାଯାଇଥିଲା। ଏହି ଅପରେସନ ସମୟରେ ଜଣେ ବ୍ୟକ୍ତି ବେହୋସ ହୋଇଯାଇଥିଲେ। କିନ୍ତୁ ବାୟୁସେନା ଦ୍ବାରା ଉକ୍ତ ସ୍ଥିତିକୁ ଅତି ସାହସିକତାର ସହ ମୁକାବିଲା କରାଯାଇଥିଲା। ବିମାନଟିକୁ ଗତକାଲି ସନ୍ଧ୍ୟାରେ ଅହମଦାବାଦରେ ଅବତରଣ କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login