ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ପ୍ରଶ୍ନ ବାଣ । ପ୍ରେସମିଟରେ ୫ଟି ପ୍ରଶ୍ନ କଲେ ଶ୍ରୀମୟୀ ମିଶ୍ର । ୧ମ ପ୍ରଶ୍ନ ଜାତୀୟ ରାଜପଥ କାର୍ଯ୍ୟ ତ୍ୱରାନ୍ୱିତ ନେଇ କଣ କରିଛ ? ୨ୟ ମନ୍ଥର ଗତିରେ ଚାଲୁଥିବା ଭୁବନେଶ୍ୱର – ଖୋର୍ଦ୍ଧା କାମ କେବେ ସରିବ ? ୩ୟ କାଗଜ କଲମରେ କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମାଷ୍ଟର ପ୍ଲାନ । ୪ର୍ଥ ଟେଲି ଯୋଗାଯୋଗ କ୍ଷେତ୍ରରେ କି ପଦକ୍ଷେପ ନେଇଛନ୍ତି ? ୫ମ ବ୍ୟାଙ୍କିଂ କ୍ଷେତ୍ରରେ ଭୁବନେଶ୍ୱର ପାଇଁ କଣ କରିଛନ୍ତି ?
ଅନପଟେ ୫ଟି ସଚିବଙ୍କ ଗସ୍ତ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଉଛନ୍ତି । ଏହାକୁ ନେଇ ଶ୍ରୀମୟୀ କହିଛନ୍ତି , ପ୍ରଶାସନ ଓ ସରକାର ସେମାନଙ୍କ କାମ କରୁଛନ୍ତି ସେସବୁ କିଛି ଦିଶୁନାହିଁ । କେବଳ ମଙ୍ଗୁଆଳି କାମ କରିବା ପାଇଁ ସେମାନେ ବିରୋଧୀ ଦଳରେ ବସିଛନ୍ତି । କେମିତି ମିଛ କହି ଲୋକଙ୍କୁ ଭୁଆଁ ବୁଲାଇବେ । ଚକ୍ରାନ୍ତ କରି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବେ । ତେବେ ବିଗତ ଦିନରେ ବିରୋଧୀ ପଚାରିଥିବା ପ୍ରଶ୍ନର ଉତ୍ତର ଗତକାଲି ସେମାନେ ପାଇ ଯାଇଛନ୍ତି ।
Views: 90











