ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କେନିଆରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପାଦ୍ରୀଙ୍କ କହିବା ଅନୁସାରେ, ୪୭ ଜଣ ଲୋକ ଭୋକରେ ରହି ନିଜ ଜୀବନ ହାରିଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ପାଦ୍ରୀଙ୍କ ଜମିରୁ ହିଁ ଜବତ କରିଛି। କେନିଆର ଶାକାହୋଲା ଜଙ୍ଗଲରେ ପୋଲିସକୁ ଆହୁରି ଅଧିକ ମୃତଦେହ ମିଳିବାରେ ଲାଗିଛି। ଖବର ମୁତାବକ, ଏକ ଚର୍ଚ୍ଚର ଜଣେ ପାଦ୍ରୀ ଏହି ଲୋକମାନଙ୍କୁ କହିଥିଲେ ଯେ ଯଦି ସେମାନେ ଭୋକିଲା ରହି ନିଜକୁ ସମାଧି ଦିଅନ୍ତି, ତେବେ ସେମାନେ ସ୍ୱର୍ଗକୁ ଯାଇ ଯୀଶୁଙ୍କୁ ଭେଟିବେ। ତେବେ ଗତ ତିନି ଦିନ ଧରି ପୋଲିସ ଏହି ଲୋକଙ୍କ ମୃତଦେହ ଉଦ୍ଧାର କରିବାରେ ଲାଗିଛି ଏବଂ ମୃତଦେହ ସଂଖ୍ୟା ଏବେ ଆହୁରି ବଢ଼ୁଛି। ମଲିନ୍ଦି ଉପ-କାଉଣ୍ଟିର ପୋଲିସ ମୁଖ୍ୟ ଜନ୍ କେମ୍ବୋଇ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପାଦ୍ରୀ ପାଲ ମାକେଞ୍ଜିଙ୍କ ଜମିରେ ଅଧିକ କବର ଖୋଳାଯିବ। ଏହାପରେ ହିଁ ଜୀବନ ହାରିଥିବା ଲୋକଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ଏପ୍ରିଲ ୧୪ରେ ମୃତଦେହ ମିଳିବା ପରେ ସମ୍ପୃକ୍ତ ପାଦ୍ରୀଙ୍କୁ ଗିରଫ କରାଯାଇଥିଲା। ପାଦ୍ରୀଙ୍କ କହିବା ଅନୁସାରେ ହିଁ ଏହି ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ପଦକ୍ଷେପ ନେଇଥିଲେ।
ଅନ୍ଧବିଶ୍ୱାସ ନେଲା ଜୀବନ , ଭୋକରେ ରହି ଜୀବନ ହାରିଲେ ୪୭ ଜଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











