The Ultimate Managed Hosting Platform
ADVERTISEMENT

ଅନ୍ଧବିଶ୍ୱାସ ନେଲା ଜୀବନ , ଭୋକରେ ରହି ଜୀବନ ହାରିଲେ ୪୭ ଜଣ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କେନିଆରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପାଦ୍ରୀଙ୍କ କହିବା ଅନୁସାରେ, ୪୭ ଜଣ ଲୋକ ଭୋକରେ ରହି ନିଜ ଜୀବନ ହାରିଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ପାଦ୍ରୀଙ୍କ ଜମିରୁ ହିଁ ଜବତ କରିଛି। କେନିଆର ଶାକାହୋଲା ଜଙ୍ଗଲରେ ପୋଲିସକୁ ଆହୁରି ଅଧିକ ମୃତଦେହ ମିଳିବାରେ ଲାଗିଛି। ଖବର ମୁତାବକ, ଏକ ଚର୍ଚ୍ଚର ଜଣେ ପାଦ୍ରୀ ଏହି ଲୋକମାନଙ୍କୁ କହିଥିଲେ ଯେ ଯଦି ସେମାନେ ଭୋକିଲା ରହି ନିଜକୁ ସମାଧି ଦିଅନ୍ତି, ତେବେ ସେମାନେ ସ୍ୱର୍ଗକୁ ଯାଇ ଯୀଶୁଙ୍କୁ ଭେଟିବେ। ତେବେ ଗତ ତିନି ଦିନ ଧରି ପୋଲିସ ଏହି ଲୋକଙ୍କ ମୃତଦେହ ଉଦ୍ଧାର କରିବାରେ ଲାଗିଛି ଏବଂ ମୃତଦେହ ସଂଖ୍ୟା ଏବେ ଆହୁରି ବଢ଼ୁଛି। ମଲିନ୍ଦି ଉପ-କାଉଣ୍ଟିର ପୋଲିସ ମୁଖ୍ୟ ଜନ୍ କେମ୍ବୋଇ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପାଦ୍ରୀ ପାଲ ମାକେଞ୍ଜିଙ୍କ ଜମିରେ ଅଧିକ କବର ଖୋଳାଯିବ। ଏହାପରେ ହିଁ ଜୀବନ ହାରିଥିବା ଲୋକଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ଏପ୍ରିଲ ୧୪ରେ ମୃତଦେହ ମିଳିବା ପରେ ସମ୍ପୃକ୍ତ ପାଦ୍ରୀଙ୍କୁ ଗିରଫ କରାଯାଇଥିଲା। ପାଦ୍ରୀଙ୍କ କହିବା ଅନୁସାରେ ହିଁ ଏହି ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ପଦକ୍ଷେପ ନେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login