ନୂଆଦିଲ୍ଲୀ: ପୁଣି ଥରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି । ପୁନଃ ନିର୍ବାଚିତ ହେବା ନେଇ ନୀତା ଅମ୍ବାନୀ କହିଛନ୍ତି, “ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟା ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ସମ୍ମାନିତ ମନେକରୁଛି । ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି, ଅର୍ଥାତ୍ ୧୦୦ ପ୍ରତିଶତ ସମର୍ଥନ । ୨୦୧୬ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ପ୍ରଥମ ଥର ପାଇଁ ନୀତା ଅମ୍ବାନୀ ଆଇଓସି ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ସେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଅଟନ୍ତି ।
Views: 62