The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଅନୁମାନ ସତ ହେଲା ଆରମ୍ଭରୁ ଉଠିଲା ପଡିଲା ବିଧାସଭା ।

Facebook
Twitter
LinkedIn

ଅନୁମାନ ଯାହା କରାଯାଉଥିଲା ତାହା ହିଁ ଘଟିଲା । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଉଠିଲା ପଡିଲା ଗୃହ । ପ୍ରଥମେ କଂଗ୍ରେ ହୋ ହାଲ୍ଲା କରିବା ସହ ପରେ ବିଜେପି ବିଧାୟକ ମାନଙ୍କ ହଙ୍ଗାମା ଦେଖିବାକୁ ମିଳିଲା । ବିରୋଧୀ ଦଳ ସଭ୍ୟଙ୍କ ପ୍ରତିବାଦ ଓ ପରେ ପରେ କକ୍ଷତ୍ୟାଗ ଭିତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରିଥିଲେ। ତେବେ ଆଗାମୀ ଦିନରେ ମଧ୍ୟ ଗୃହରେ ଏମିତି ଅସ୍ବାଭାବିକ ସ୍ଥିତି ଜାରି ରହିବ ବୋଲି ବିରୋଧୀ ଦଳର ରଣନୀତିରୁ ସଙ୍କେତ ମିଳୁଛି।

୧୧ଟାରେ ଗୃହ କାର‌୍ୟ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ଦିନ ହୋଇଥିବାରୁ କାଁ ଭାଁ କିଛି ବିଧାୟକଙ୍କୁ ବାଦ୍ ଦେଲେ ପ୍ରାୟ ସମସ୍ତେ ଉପସ୍ଥିତ ଥିଲେ।ରାଜ୍ୟପାଳ ତାଙ୍କ ଅଭିଭାଷଣ ଆରମ୍ଭ କରିବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଠିଆ ହୋଇ ପଡ଼ିଥିଲେ। ଶ୍ରୀ ମିଶ୍ର କହିଥିଲେ, ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଛି। ସେ ଜଣେ କ୍ୟାବିନେଟ୍ ମନ୍ତ୍ରୀ। ରାଜ୍ୟ ସରକାର ଯେତେବେଳେ ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି, ତେବେ ଅନ୍ୟ ବିଧାୟକମାନେ କେତେଦୂର ସୁରକ୍ଷିତ ? ଜନସାଧାରଣ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଇ ରାଜ୍ୟପାଳଙ୍କୁ ସରକାର ଉତ୍ତର ରଖନ୍ତୁ ବୋଲି କହିବା ସହ ତାହା ପରେ ଅଭିଭାଷଣ ରଖନ୍ତୁ ବୋଲି କହିଥିଲେ ।

ଆରମ୍ଭରୁ ଶ୍ରୀ ମିଶ୍ର ଏମିତି ଆକ୍ରମଣାତ୍ମକ ଭୂମିକା ନେବାରୁ ହଠାତ ଗୃହରେ କିଛି ସମୟ ନିରବତା ଛାଇ ଯାଇଥିଲା । ତେବେ ରାଜ୍ୟପାଳ ସଙ୍ଗେ ସଙ୍ଗେ ତାଙ୍କ ଅଭିଭାଷଣ ପଢ଼ିବା ଆରମ୍ଭ କରିଦେଇଥିଲେ। କଂଗ୍ରେସ ବିଧାୟକମାନେ ନାରାବାଜି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ରାଜ୍ୟବାସୀ ଅସୁରକ୍ଷିତ ବୋଲି ଅଭିଯୋଗ କରି ହୋହଲ୍ଲା କରିଥିଲେ। କିଛି ସମୟ ପରେ ବିଜେପି ବିଧାୟକମାନେ ମଧ୍ୟ ଠିଆ ହୋଇପଡ଼ିଥିଲେ। ରାଜ୍ୟର ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଦେଲେ। ଗୃହ ମଧ୍ୟ ଭାଗକୁ ବି ମାଡ଼ି ଆସିଲେ। ଫଳରେ କଂଗ୍ରେସ ଓ ବିଜେପି ସଭ୍ୟଙ୍କ ହୋହଲ୍ଲା ଭିତରେ ରାଜ୍ୟପାଳଙ୍କ ଭାଷଣ ଶୁଣାଯାଉ ନ ଥିଲା। ୧୦ ମିନିଟ୍ ପରେ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ସେମାନେ ବିଧାନସୌଧର ଫାଟକ ନିକଟରେ ପ୍ଲାକାର୍ଡ ଦେଖାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ବସି ରହିଥିଲେ। ରାଜ୍ୟପାଳଙ୍କ ଭାଷଣ ଚାଲିଥିଲା ବେଳେ କଂଗ୍ରେସ ଓ ସିପିଆଇ(ଏମ୍) ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ରାଜ୍ୟପାଳ ତାଙ୍କ ଅଭିଭାଷଣକୁ ସମ୍ପୂର୍ଣ୍ଣ କରିଥିଲେ।

ରାଜ୍ୟପାଳ ଗୃହରୁ ଗଲା ପରେ ବିରୋଧୀ ଦଳ ବିଧାୟକମାନେ ଗୃହକୁ ଫେରିଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଜଣ ଦିବଂଗତ ସଦସ୍ୟ ନବକିଶୋର ଦାସ, ଗଙ୍ଗାଧର ଦାସ ଓ ଅର୍ଜୁନ ଚରଣ ଦାସଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ କରିଥିଲେ। କୋଭିଡ୍ ମୁକାବିଲାରେ ସ୍ବର୍ଗତ ନବ ଦାସଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ତାଙ୍କ ସମୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ବିଭିନ୍ନ କାର‌୍ୟ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତିନି ଜଣ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନବ ଦାସଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କରାଯାଇଛି ବୋଲି କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ବର୍ଗତ ନବ ଦାସଙ୍କୁ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଭାବେ ବର୍ଣ୍ଣନା କରିବା ସହ ତିନି ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସିପିଆଇ(ଏମ୍) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସ୍ବର୍ଗତ ସଦସ୍ୟଙ୍କ ସମ୍ମାନାର୍ଥେ ଗୃହକୁ ଆସନ୍ତାକାଲି ପର‌୍ୟ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ।
ବ୍ୟୁରୋ ରିପୋର୍ଟ
ଶପଥ ନ୍ୟୁଜ୍‌

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାଇଖାନା ଟାଙ୍କିରୁ ମିଳିଲା ଆର୍ଶୀବାଦର ମୃତଦେହ ,୧୫ ତାରିଖରୁ ନିଖୋଜ ଥିଲେ ନାବାଳକ

ପାଇଖାନା ଟାଙ୍କିରୁ ମିଳିଲା ଆର୍ଶୀବାଦର ମୃତଦେହ ,୧୫ ତାରିଖରୁ ନିଖୋଜ ଥିଲେ ନାବାଳକ

କଣାସ : ପୁରୀ ଡେଲାଙ୍ଗର ନାବାଳକ ଆଶୀର୍ବାଦ ନିଖୋଜ ଘଟଣା । ୭ ଦିନ ପରେ ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ । ନାବାଳକର ଗୁପ୍ତାଙ୍ଗ କଟା...

ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ ;ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ ;ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ । ସୂଚନା ଦେଲେ ପୂର୍ତ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୦୦୦ ହେକ୍ଟର ଜମିରେ ତିଆରି...

ADVERTISEMENT
ଆଫଗାନିସ୍ତାନ-ତାଜକିସ୍ତାନରେ ଭୂକମ୍ପ ଝଟକା, ଜମ୍ମୁ କଶ୍ମୀରରେ ମଧ୍ୟ ଝଟକା ଅନୁଭୂତ

ଆଫଗାନିସ୍ତାନ-ତାଜକିସ୍ତାନରେ ଭୂକମ୍ପ ଝଟକା, ଜମ୍ମୁ କଶ୍ମୀରରେ ମଧ୍ୟ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ପର୍ୟ୍ୟନ୍ତ ଅନୁଭୂତ ହୋଇଛି ।...

Login