The Ultimate Managed Hosting Platform
ADVERTISEMENT

ଅଧିନାୟକ ପଦ ଛାଡିଲେ ବାବର

Facebook
Twitter
LinkedIn

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ବଡ ଝଟକା । ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଭିନ୍ନ ଆଡୁ କଡ଼ା ସମାଲୋଚନାର ଶିକାର ହୋଇଥିଲେ । ଏହାପରେ କ୍ୟାପଟେନ୍ ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫାପତ୍ରରେ ଅଧିନାୟକ ପଦ ଛାଡିବାର କୌଣସି କାରଣ ଉଲ୍ଲେଖ କରିନାହାନ୍ତି । ବାବରଙ୍କ ସ୍ଥାନରେ ଶାନ୍ ମାସୁଦ ପାକିସ୍ତାନର ନୂଆ ଟେଷ୍ଟ କ୍ୟାପଟେନ୍ ନିଯୁକ୍ତ ହୋଇଛନ୍ତି । ସେହିପରି ବାମହାତୀ ଫାଷ୍ଟ ବୋଲର ସାହିନ ଶାହ ଆଫ୍ରିଦି ଟି-୨୦ ଅଧିନାୟକ ହୋଇଛନ୍ତି । ଚଳିତ ବିଶ୍ବକପର ୯ଟି ଲିଗ୍ ମ୍ୟାଚରୁ ପାକିସ୍ତାନ ୪ଟି ଜିତିଥିଲା । ୫ଟି ମ୍ୟାଚ୍ ହାରି ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲା । ସେହିପରି ବ୍ୟକ୍ତିଗତ ଭାବେ ବାବର ଆଜମଙ୍କ ପ୍ରଦର୍ଶନ ବି ପ୍ରଭାବୀ ନଥିଲା । ୯ଟି ମ୍ୟାଚରେ ସେ କରିଥିଲେ ମାତ୍ର ୩୨୦ ରନ୍ । ଏହାପରେ ତାଙ୍କ ନେତୃତ୍ବ ଓ ପ୍ରଦର୍ଶନକୁ ନେଇ ଚାରିଆଡୁ ସମାଲୋଚିତ ହୋଇଥିଲେ ବାବର ଆଜମ । ଅଧିନାୟକ ପଦ ଛାଡିଥିଲେ ବି କ୍ରିକେଟର ତିନିଟିଯାକ ଫର୍ମାଟରେ ସେ ଖେଳ ଜାରି ରଖିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login