ଭୁବନେଶ୍ୱର : ବଦଳିଲା ପାଗ । ଅଦିନିଆ ବର୍ଷାରେ ହଠାତ ବଢିଗଲା ଥଣ୍ଡା।ଗୋଟେ ପଟେ ବର୍ଷାକୁ ଅନ୍ୟ ପଟେ ଥଣ୍ଡା ଘରୁ ବାହାରିବା ଲୋକଙ୍କ ପାଇଁ ହୋଇପଡିଛି କଷ୍ଟ । ୫ ଡିଗ୍ରୀ ଯାଏଁ ଖସିଗଲା ଦିନ ତାପମାତ୍ରା। ୨୦ରୁ ୨୨ ଡିଗ୍ରୀ ଖସିଯାଇଥିଲା ପାରଦ। ଏଯାଏଁ ରାଜ୍ୟରେ ଶୀତ ଅନୁଭୂତ ହୋଇନି। ହାଲୁକା ଥଣ୍ଡା ପଡିଛି। ଦୁଇ ଦିନ ହେବ ରାଜ୍ୟରେ ବର୍ଷା ହେଉଥିବାରୁ ପାଗ କୋହଲା ରହିଛି। ବିଭିନ୍ନ ମଡେଲ ଅନୁସାରେ ରାଜ୍ୟରେ ଏବେ ଶୀତ ବିଶେଷ ବଢିବନି। ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ଏପଟେସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ସାଇକ୍ଲୋନ ମିଗଜୋମର ଅବଶିଷ୍ଟାଂଶ। ସ୍ଥଳ ଭାଗ ଛୁଇଁବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ବାତ୍ୟା ପ୍ରଭାବରେ ଆନ୍ଧ୍ର ଉପକୂଳ ଓ ତାମିଲନାଡୁରେ ପବନ ସହ ପ୍ରବଳ ବର୍ଷାହୋଇଛି । ତାମିଲନାଡୁ, ଆନ୍ଧ୍ର ପ୍ରଦେଶରେ ବହୁ କ୍ଷୟକ୍ଷତି ହୋଇଛି ।
Views: 98











