ଭୁବନେଶ୍ୱର : ରାଜ୍ୟରେ ଲ’ କମିସନ ଅଦରକାରୀ ଆଇନ ଖୋଜିବେ । ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଲ’ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ। ରାଜ୍ୟରେ ଏହାର ଆବଶ୍ୟକତା ଥିଲା । ୨୦୧୮ ମସିହା ପରଠୁ ରାଜ୍ୟ ସରକାର ଉଚିତ ମଣି ନଥିଲେ। ଏବେ ଏହି କମିଶନ ରାଜ୍ୟର ବିଭିନ୍ନ ଆଇନର ତର୍ଜମା କରିବେ । ଦରକାରୀ ନିୟମର ପରିବର୍ତ୍ତନ କରିବ, ଆବଶ୍ୟକୀୟ ସଂଶୋଧନ କରିବ । ଅନାବଶ୍ୟକ ଆଇନକୁ ଖୋଜି ବାହାର କରିବା, ତର୍ଜମା କରି କମିଶନ ରାଜ୍ୟ ସରାକରଙ୍କୁ ସୁପାରିଶ କରିବେ କମିଶନ ।
Views: 41