ରାଉରକେଲା : ରାଉରକେଲା ଉଦିତନଗର ଥାନା ଏଏସଆଇ ଏଲିଶା ଲୁଗୁନ ମୃତ୍ୟୁ ଘଟଣା । ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସିଲା । ପ୍ରେସମିଟରେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ରଙ୍କ ସୂଚନା । ରିପୋର୍ଟରୁ ମୃତ୍ୟୁ ମାଡରୁ ନୁହେଁ , ରୋଗ ଜନିତ ବୋଲି ସ୍ପଷ୍ଟ । ଲୁଗୁନଙ୍କ ଶରୀରରେ କୈାଣସି କ୍ଷତ ଚିହ୍ନ ନ ଥିଲା । ଏଏସାଇ ଲୁଗୁନଙ୍କୁ କେହି ମାଡ ମଧ୍ୟ ମାରି ନାହାନ୍ତି । ଲୁଗୁନ ଏକ ରୋଗରେ ପୀଡିତ ଥିଲେ, ଏଥିରେ ମଣିଷ ହଠାତ ଉତ୍ତେଜିତ ହୁଏ । ଶରୀରରୁ ଅଧିକ ହରମୋନ କ୍ଷରଣ ହୋଇ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ହୁଏ । ରୋଗ କାରଣରୁ ଏଲିଶା ଲୁଗୁନଙ୍କ ମୃତ୍ୟୁ ଘଟିଛି କହିଲେ ଏସପି । ଲୁଗୁନଙ୍କ ମୃତ୍ୟୁ ମାମଲାରେ ଆଉ ୩୦୨ ଦଫା ଲାଗିବନି ।
Views: 82