ଭାରତ ସରକାର ଅତିଶୀଘ୍ର ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ନାଁ ଘୋଷଣା କରିପାରନ୍ତି । ସୂତ୍ରାନୁସାରେ, ଭେଙ୍କଟରମଣ ଅନନ୍ତ ନାଗେଶ୍ୱରନଙ୍କ ନାଁ ଏହି ପଦ ପାଇଁ ସବୁଠାରୁ ଆଗରେ ରହିଛି । ଏବେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦବୀ ଖାଲି ଅଛି । ଗତ ଡିସେମ୍ବର ୨୦୨୧ରେ କେଭି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ସରିବା ପରେ ସରକାର ଆଉ କାହାକୁ ନିଯୁକ୍ତି ଦେଇନଥିଲେ । ଭି. ଅନନ୍ତ ନାଗେଶ୍ୱରନ ଆନ୍ଧ୍ରପ୍ରଦେଶରେ କ୍ରିୟା ବିଶ୍ୱବିଦ୍ୟାଳୟର ଅର୍ଥନୀତିରେ ଅତିଥି ଅଧ୍ୟାପକ ଅଟନ୍ତି । ସେ ବାଣିଜ୍ୟ ଓ ଆର୍ଥିକ ମାମଲାରେ ଦକ୍ଷ ଅଟନ୍ତି । ୧୯୮୫ରେ ସେ ଆଇଆଇଏମ ଅହମ୍ମଦାବାଦରୁ ଏମବିଏ ପଢିଥିଲେ । ଏହାସହ ମାସାଚ୍ୟୁଟସ୍ ଏମହଷ୍ଟ୍ ବିଶ୍ୱବିଦ୍ୟାଳୟରେ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ ।

ଆହୁରି ମଧ୍ୟ ସେ ୨୦୧୮ରୁ ୨୦୧୯ ଯାଏଁ ଆଇଏଫଏମ ଗ୍ରାଜୁଏଟ ସ୍କୁଲ ଅଫ୍ ବିଜନେସରେ ଡିନ୍ ରହି ସାରିଛନ୍ତି । ୨୦୧୯ରୁ ୨୧ ଯାଏଁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଇକୋନୋମିକ ଆଡବାଇଜାରୀ କାଉନସିଲର ପାର୍ଟ ଟାଇମ୍ ସଦସ୍ୟ ନିଯୁକ୍ତ କରାଯାଇଥିଲା ।ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର