ଉଦଳା : ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । କପ୍ତିପଦା ଥାନା ଆଗରେ ଆକ୍ରମଣ ସହ ଗାଡି ଭାଙ୍ଗିଦେଲେ । ଆକ୍ରମଣ ବେଳେ ଥାନାକୁ ଦୈାଡି ପଳାଇଲେ ଅତିରିକ୍ତ ତହସିଲଦାର । ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଆହତ । କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ୟ୍ୟାଳୟରୁ ନିଜ କାର ଧରି ବାହାରିଯିବା ସମୟରେ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ ।
ଏହା ପରେ ମାଫିଆମାନେ ତାଙ୍କୁ ଘେରି ଯିବାରୁ ସେଠାରୁ ଅତିରିକ୍ତ ତହସିଲଦାର ବାହାରି କପ୍ତିପଦା ଥାନା କୁ ଆସିଥିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ ରୁ ଅଧିକ ବାଲି ମାଫିଆ ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଇଟା ଓ ପଥର ମାଡ଼ କରି ଭାଙ୍ଗି ଚୁରମାର କରିବା ସହିତ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ କଲର ଧରି ଘୋଷାରିବା ସହିତ ମାଡ଼ ମଧ୍ୟ ମାରିଥିଲେ। ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇବା ପରେ ମାଫିଆମାନେ ଫେରାର ହୋଇଯାଇଥିଲେ ।
ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ
କିଭ : ଗତ କିଛି ଦିନ ମଧ୍ୟରେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ୟୁକ୍ରେନୀୟ ବାୟୁସେନା ସୋମବାର କହିଛି ଯେ ଗତ ରାତିରେ ରୁଷ...
ନିୟନ୍ତ୍ରଣ ହରାଇ ଓଲଟିଲା ବସ , ୧୫ ଜଣଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ : ପିଲାମାନଙ୍କୁ ନେଇ କ୍ୟାମ୍ପସକୁ ଫେରୁଥିବା ବେଳେ ୟୁନିଭରସିଟିର ବସ୍ ଏବଂ କାର୍ ଧକ୍କା । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ...
ଅସୁସ୍ଥ ଥିଲେ ରଥଯାତ୍ରା ଭିଡକୁ ଆସନ୍ତୁ ନାହିଁ –ମନ୍ତ୍ରୀ
ପୁରୀ : ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି...
ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା, ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ
ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା । ପୂର୍ବରୁ ମିଳୁଥିବା ୬ ଲକ୍ଷ ଟଙ୍କା ୧୦ ଲକ୍ଷକୁୁ ବଢିଲା । ସହାୟତା...