ନୂଆଦିଲ୍ଲୀ : ମାଫିଆ ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍ଙ୍କ ହତ୍ୟା ଘଟଣାର ଗୁରୁବାର ସିନ୍ ରିକ୍ରିଏଟ୍ କରାଯାଇଛି। ମୋତିଲାଲ୍ ନେହେରୁ ଡିଭିଜନାଲ ହସ୍ପିଟାଲ୍ କାଲଭିନ ଫାଟକରେ ଘଟଣାର ପୁନରାବୃତ୍ତି କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ଅଧିକାରୀମାନେ ପୂରା ସିନ୍କୁ ପୁଣିଥରେ ପ୍ରସ୍ତୁତ କରିଥିଲେ। ଅତିକ୍ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଦୂରତାକୁ ଫିତା ଦ୍ୱାରା ମପାଯାଇଥିଲା। ଏଥିସହିତ ଏହା ମଧ୍ୟ ଦେଖାଯାଇଥିଲା କି, ପୋଲିସକୁ ପ୍ରତିକ୍ରିୟା ଦେବାକୁ କେତେ ସମୟ ଲାଗିଥିଲା। ଏହି ସମୟରେ ହସ୍ପିଟାଲ ଆଖପାଖରେ ପୋଲିସ ଫୋର୍ସ ମୁତୟନ ରହିଥିଲେ। ଏସଆଇଟି ଟିମ୍ ପ୍ରତି ସେକେଣ୍ଡର ଦୃଶ୍ୟକୁ ନୋଟ୍ କରିଥିଲା। ସୂଚନା ଅନୁଯାୟୀ , ଅତିକ୍ ଓ ଅଶରଫ୍ଙ୍କୁ କାଲ୍ଭିନ ହସ୍ପିଟାଲର ଗେଟ୍ ପାଖରେ ଏପ୍ରିଲ ୧୫ ରାତିରେ ଗୁଳି କରାଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।
Views: 111











