କୋଲକତା : ଦେଶର ସର୍ବପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ । କୋଲକାତାରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ହୁଗୁଳି ନଦୀର ୧୬.୬ କିମିର ଯାତ୍ରା କରିବ ମେଟ୍ରୋ ଟ୍ରେନ । ସ୍କୁଲ ପିଲାଙ୍କ ସହ ଅଣ୍ଡର ୱାଟର ମେଟ୍ରୋରେ ବୁଲିଲେ ମୋଦି । ଏହି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ମାତ୍ର ୪୫ ସେକେଣ୍ଡେରେ ହୁଗଲି ନଦୀ ତଳେ ୫୨୦ ମିଟର ଦୂରତା ଅତିକ୍ରମ କରିପାରିବ । ଅଣ୍ଡରୱାଟର ମେଟ୍ରୋରେ ମୋଦୀ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିବା ସମୟରେ ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ମେଟ୍ରୋରେ ଯାତ୍ରା କରିବାର ସେମାନଙ୍କ ଅନୁଭୂତି ସାଉଁଟିଥିଲେ ମୋଦୀ । ପାଣି ଭିତରେ ଯାତ୍ରା କରିବା ବାସ୍ତବରେ ଏକ ନିଆରା ଅନୁଭୂତି ବୋଲି କହିଥିଲେ ଛାତ୍ରଛାତ୍ରୀ ।
Views: 97











