ଭୁବନେଶ୍ୱର : ଅଣ୍ଟା ଭିଡିଲା ରାଜ୍ୟ ଖଣି ବିଭାଗ । ବାଲି ଚୋରା ଚାଲାଣ ଉପରେ ଲାଗିବ ଅଙ୍କୁଶ । ଏଥିପାଇଁ ଓରସାକ୍ ଦେବ ବୈଷୟିକ ସହାୟତା। ଏହା ରୋକିବା ପାଇଁ ରାଜ୍ୟ ଖଣି ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ସବୁ ଖଣିର ହେବ ଡିଜିପିଏସ୍ ସର୍ଭେ। ବାଲି ଚୋରା ଚାଲାଣ ଯୋଗୁଁ ବିପୁଳ ରାଜସ୍ୱ ହାନି ହେଉଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ ହେବ। ଜିଲ୍ଲା ସ୍ତରରେ ବାଲିର ଆବଶ୍ୟକତା ଓ ଉପଲବ୍ଧତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିବା ଦାୟିତ୍ୱ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଉପରେ ରହିବ।
ମାର୍ଗଦର୍ଶିକାରେ ରହିଛି କି , ଖଣି ଅଧିକାରୀଙ୍କ ନେତୃତ୍ୱରେ ଜଳସମ୍ପଦ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବନ ବିଭାଗ, ଇସ୍ପାତ ଓ ଖଣି ବିଭାଗ, ଡିସେମ୍ବର-ଜାନୁଆରୀ ମଧ୍ୟରେ ଜିଲ୍ଲାରେ ଥିବା ବାଲି ଉତ୍ସ ଚିହ୍ନଟ କରିବେ। ପ୍ରଥମେ ୫ ହେକ୍ଟରରୁ ଅଧିକ ଅଞ୍ଚଳରେ ଥିବା ନଦୀପଠାରୁ ବାଲି ଉତ୍ତୋଳନ ପାଇଁ ଅଗ୍ରାଧିକାର ଦିଆଯିବ। ଜନବସତି ଅଞ୍ଚଳରେ ବାଲି ଗାଡ଼ିର ପ୍ରବେଶକୁ ରୋକିବା ଲାଗି ରୁଟ୍ ଏବଂ ବାଲି ପରିବହନ କ୍ଷମତା ନିର୍ଦ୍ଧାରଣ କରାଯିବ। ବାଲି ଗାଡ଼ି ପାଇଁ ବାର୍ କୋଡ୍ ଥିବା ଇ-ପାସ୍ ଜାରି କରାଯିବ। ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୋବାଇଲ୍ ଆପ୍ ମାଧ୍ୟମରେ ପାସ୍ ବୈଧତା ଯାଞ୍ଚ କରିବେ। ରାଜ୍ୟରେ ବାଲି ଉଠାଣ ଉପରେ ନଜର ରଖିବା ପାଇଁ ଖଣି ନିର୍ଦ୍ଦେଶାଳୟରେ ଏକ ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ ସ୍ଥାପନ କରାଯିବ। ପ୍ରତି ମାସରେ ଖଣି ବିଭାଗକୁ ଜିଲ୍ଲାସ୍ତରୀୟ ରିପୋର୍ଟ ପ୍ରଦାନ କରାଯିବ ବୋଲି ବିଭାଗ ମାର୍ଗଦର୍ଶିକା ଜାରି କରିଛି ।
ଅଣ୍ଟା ଭିଡିଲା ରାଜ୍ୟ ଖଣି ବିଭାଗ, ବାଲି ଚୋରା ଚାଲାଣ ଉପରେ ଲାଗିବ ଅଙ୍କୁଶ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...