ଭୁବନେଶ୍ୱର : ଅଣ୍ଟା ଭିଡିଲା ରାଜ୍ୟ ଖଣି ବିଭାଗ । ବାଲି ଚୋରା ଚାଲାଣ ଉପରେ ଲାଗିବ ଅଙ୍କୁଶ । ଏଥିପାଇଁ ଓରସାକ୍ ଦେବ ବୈଷୟିକ ସହାୟତା। ଏହା ରୋକିବା ପାଇଁ ରାଜ୍ୟ ଖଣି ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ସବୁ ଖଣିର ହେବ ଡିଜିପିଏସ୍ ସର୍ଭେ। ବାଲି ଚୋରା ଚାଲାଣ ଯୋଗୁଁ ବିପୁଳ ରାଜସ୍ୱ ହାନି ହେଉଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ ହେବ। ଜିଲ୍ଲା ସ୍ତରରେ ବାଲିର ଆବଶ୍ୟକତା ଓ ଉପଲବ୍ଧତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିବା ଦାୟିତ୍ୱ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଉପରେ ରହିବ।
ମାର୍ଗଦର୍ଶିକାରେ ରହିଛି କି , ଖଣି ଅଧିକାରୀଙ୍କ ନେତୃତ୍ୱରେ ଜଳସମ୍ପଦ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବନ ବିଭାଗ, ଇସ୍ପାତ ଓ ଖଣି ବିଭାଗ, ଡିସେମ୍ବର-ଜାନୁଆରୀ ମଧ୍ୟରେ ଜିଲ୍ଲାରେ ଥିବା ବାଲି ଉତ୍ସ ଚିହ୍ନଟ କରିବେ। ପ୍ରଥମେ ୫ ହେକ୍ଟରରୁ ଅଧିକ ଅଞ୍ଚଳରେ ଥିବା ନଦୀପଠାରୁ ବାଲି ଉତ୍ତୋଳନ ପାଇଁ ଅଗ୍ରାଧିକାର ଦିଆଯିବ। ଜନବସତି ଅଞ୍ଚଳରେ ବାଲି ଗାଡ଼ିର ପ୍ରବେଶକୁ ରୋକିବା ଲାଗି ରୁଟ୍ ଏବଂ ବାଲି ପରିବହନ କ୍ଷମତା ନିର୍ଦ୍ଧାରଣ କରାଯିବ। ବାଲି ଗାଡ଼ି ପାଇଁ ବାର୍ କୋଡ୍ ଥିବା ଇ-ପାସ୍ ଜାରି କରାଯିବ। ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୋବାଇଲ୍ ଆପ୍ ମାଧ୍ୟମରେ ପାସ୍ ବୈଧତା ଯାଞ୍ଚ କରିବେ। ରାଜ୍ୟରେ ବାଲି ଉଠାଣ ଉପରେ ନଜର ରଖିବା ପାଇଁ ଖଣି ନିର୍ଦ୍ଦେଶାଳୟରେ ଏକ ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ ସ୍ଥାପନ କରାଯିବ। ପ୍ରତି ମାସରେ ଖଣି ବିଭାଗକୁ ଜିଲ୍ଲାସ୍ତରୀୟ ରିପୋର୍ଟ ପ୍ରଦାନ କରାଯିବ ବୋଲି ବିଭାଗ ମାର୍ଗଦର୍ଶିକା ଜାରି କରିଛି ।
ଅଣ୍ଟା ଭିଡିଲା ରାଜ୍ୟ ଖଣି ବିଭାଗ, ବାଲି ଚୋରା ଚାଲାଣ ଉପରେ ଲାଗିବ ଅଙ୍କୁଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











