କଳାହାଣ୍ଡି : ଅଟୋକୁ ପିଟିଲା ଟ୍ରକ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଦାସୀଗାଁ ନିକଟ ଚିକିଲି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ ମୃତ, ୬ ଗୁରୁତର । ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଥୁଆମୂଳ ରାମପୁର ବ୍ଲକର ବୋଲି ସୂଚନା ମିଳିଛି। କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଦାସୀଗାଁ ନିକଟ ଚିକିଲି ଛକରେ ଘଟିଛି ଏଭଳି ଅଘଟଣ । ଗୁରୁତରଙ୍କୁ କଲମପୁର ସିଏଚସିରେ ଭର୍ତ୍ତି କରାଯାଇଥିଲା । ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Views: 70