The Ultimate Managed Hosting Platform
ADVERTISEMENT

(ଅଜିତ କୁମାର ସାହୁ / ଜଳେଶ୍ଵର)

Facebook
Twitter
LinkedIn

ରକାର ଶବକୁ ସମ୍ମାନ ର କଥା କହୁଥିବା ବେଳେ, ରେଳ ବିଭାଗ କିନ୍ତୁ ଶବକୁ ସମ୍ମାନ ଦେବା ବଦଳରେ ଅସମ୍ମାନ କରୁଛି।ଗୋଟିଏ ପଟେ ଆଜି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଦକ୍ଷିଣ ପୂର୍ବର ରେଳପଥର ଡି.ଆର.ଏମ ଏମ ଏସ ହାସନି, ସମେତ ରେଳ ବିଭାଗର ବହୁ ବରିଷ୍ଠ ଅଧିକାରୀ ମିଳିତ ଭାବେ ଏକ ସ୍ଵତନ୍ତ୍ର ଟ୍ରେନ୍ ଯୋଗେ , ବାଲେଶ୍ଵର ସାଂସଦୀୟ କ୍ଷେତ୍ରରେ ଥିବା ବିଭିନ୍ନ ରେଳ ଷ୍ଟେସନ ଓ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଆସିଥିଲେ। ଏହି ଅବସରରେ ରେଳ ବିଭାଗର ସମ୍ବନ୍ଧୀୟ ଅନେକ ସମସ୍ୟା ସମାଧାନ ପାଇଁ ରେଳ ଷ୍ଟେସନ ର କମିଟି ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ତେବେ ଡି.ଆର.ଏମ ଓ ସାଂସଦଙ୍କ ଗସ୍ତ ପାଇଁ ସମ୍ପୂର୍ଣ ରେଳ ବିଭାଗ ଚଳଚଞ୍ଚଳ ରହିଥିଲା । ଏହି ଅବସରରେ ସ୍ଵତନ୍ତ୍ର ଭାବେ ପରିଷ୍କାର ପରିଚ୍ଛନ୍ନ, ସୋନ୍ଦର୍ଯ୍ୟ କରଣ, ପାର୍କିଂ ବ୍ୟବସ୍ଥା ସମେତ କଡ଼ା କଡି ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ଵ ଦିଆଯାଇଥିଲା।ମାତ୍ର ଦୁଃଖ ଓ ପରିତାପର ବିଷୟ ଗତ କାଲି ସନ୍ଧ୍ୟାରୁ ରାଜ ଘାଟ ରେଳ ଷ୍ଟେସନରେ ଆପ ଲାଇନରେ ଜଣେ ଅଜଣା ବ୍ୟକ୍ତି କୌଣସି ଏକ ଟ୍ରେନରୁ ଖସି ପଡି ଗୁରୁତର ହୋଇ ତାଙ୍କର ମୃତ ହୋଇଥିଲା। ତେବେ ଘଟଣାକୁ ୧୫ ଘଣ୍ଟାରୁ ଉର୍ଦ୍ଧ ପୁରିଥିଲେ ବି ସକାଳ ୯ ଟା ପର୍ଯ୍ୟନ୍ତ ରାଜଘାଟ ରେଳ ଷ୍ଟେସନ ପରିସରର ଟ୍ରେନ ଲାଇନ ଉପରେ ଅସୁରକ୍ଷିତ ଅବସ୍ଥାରେ ବିଭତ୍ସ ଅବସ୍ଥାରେ ମୃତ ଶରୀର ପଡ଼ି ରହିଥିଲା। ତେବେ ଷ୍ଟେସନ ପରିସରରେ ଯାତ୍ରୀଙ୍କ ଯିବା ଆସିବା ରାସ୍ତାରେ ଦୀର୍ଘ ସମୟ ଧରି ମୃତ ଶରୀରର ଟି ବିଭତ୍ସ ଅବସ୍ଥାରେ ପଡ଼ି ରହିଥିବାରୁ ଏକ ଅସ୍ବାଭାବିକ ପରିବେଶ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ରେଳ ଯାତ୍ରୀ ଓ ସାଧାରଣ ରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login