The Ultimate Managed Hosting Platform
ADVERTISEMENT

ଅଜଣା ଟ୍ରକ୍ ଧକ୍କାରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Facebook
Twitter
LinkedIn

ଭୁବନ : ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଲେ ବୃଦ୍ଧ । ବୃଦ୍ଧ ଜଣକ ବାସୁଦେଇପୁର ଗାଁର ରମେଶ ଭୂୟାଁ, ବୟସ ୬୨ ବର୍ଷ ହେବ ବୋଲି ଜଣାପଡିଛି । ଏପରି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ । ସୂଚନା ଅନୁଯାୟୀ, ବାସୁଦେଇପୁର ଗାଁର ରମେଶ ଭୂୟାଁ ସକାଳୁ ତାଙ୍କ ଘରୁ ସାଇକେଲରେ ଦୋକାନକୁ ଆସୁଥିବା ବେଳେ ଏକ ଅଜଣା ଟ୍ରକ୍ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ରମେଶଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ରମେଶ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ, ଜଣେ ଭିନ୍ନକ୍ଷମ ପୁଅ ଓ ଝିଅକୁ ନେଇ ତାଙ୍କର ପରିବାର । ତେବେ ରମେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଶବ ରଖି ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି। ତେବେ ଭୁବନ ପୋଲିସ ମୃତ ଶରୀରକୁ ଭୁବନ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login