ବଡବିଲ : ଜାତୀୟ ରାଜପଥ ୫୨୦ ରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି । ସୁଚନାନୁଯାୟୀ ଜାତୀୟ ରାଜପଥ ୫୨୦ ବାସୁଦେବପୁର ନିକଟରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସେହି ଦୁଇ ବାଇକ୍ ଆରୋହୀ ହେଉଛନ୍ତି ସ୍ମୃତିରଞ୍ଜନ ସ୍ୱାଇଁ ଓ ଆୟୁଷ ପାଲ୍ । ସ୍ମୃତିରଞ୍ଜନ ସ୍ୱାଇଁ ଓ ଆୟୁଷ ପାଲ କାହ୍ନୁପୁର ଡ୍ୟାମ୍ ପ୍ରକଳ୍ପରେ ଠିକା ସଂସ୍ଥା ଅଧିନରେ କାମ କରୁଥିଲେ । ସୁଚନାନୁଯାୟୀ ଜଣଙ୍କ ଘର ଭୁବନେଶ୍ୱର ଏବଂ ଅନ୍ୟ ଜଣକ ଘର ଯାଜପୁର ବୋଲି ଜଣାପଡିଛି । ଘଟଣା ସ୍ଥାନରେ ଚମ୍ପୁଆ ପୋଲିସ ପହଂଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।
Views: 264