ଗୁଣପୁର : ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ଯୁବକଙ୍କ ଜୀବନ । ଗୁମୁଡା ଫାଣ୍ଡି ବଂଶଧାରା ନଦୀ ପୋଲରେ ଦୁର୍ଘଟଣା । ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଦୁର୍ଘଟଣା । ମୃତକ ଗୁଡାରି ବ୍ଲକ କଇଠପଦର ଓ ଜଗନ୍ନାଥପୁର ଗାଁର ହୋଇଥିବା ସୂଚନା । ମୃତକ ହେଲେ ବୁଲୁ ଶବର, ସୁବ୍ରତ ଶବର,ବାଳକୃଷ୍ଣ ଆରକା ।୩ ଜଣ ବାଇକରେ ଠାକୁରାଣୀ ଯାତ୍ରା ଦେଖିବାକୁ ଗଲାବେଳେ ଦୁର୍ଘଟଣା ଘଟିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।ସୂଚନା ଅନୁସାରେ ଯୁବକ ମାନେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ । ତିନିଜଣ ଯୁବକ ବାଇକ୍ ଯୋଗେ ଯାତ୍ରା ଦେଖିବାକୁ ଯିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
Views: 155











