କେନ୍ଦ୍ରାପଡା : ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ୟ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ । ଅପରପକ୍ଷରେ ପର୍ୟ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । ଭିତରକନିକାରେ ପର୍ୟ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ। ଧଳା କୁମ୍ଭୀର ଦେଶୀୟ ପକ୍ଷୀ ନଦୀରେ ନୌବିହାର ଓ ସ୍କାଏ ଓ୍ଵାକରେ ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ୟ୍ୟକୁ ଉପଭୋଗ କରିପାରିବେ ପର୍ୟ୍ୟଟକ ।
Views: 32