କଟକ: କଟକ ମହାନଗର ନିଗମ ୫୯ ନଂ ୱାର୍ଡ ତେଲଙ୍ଗାପେଣ୍ଠ ନିକଟସ୍ଥ ରାମନଗର ଠାରେ ଥିବା ଅକ୍ସଫୋଡ ପବ୍ଲିକ ସ୍କୁଲ ପରିସରରେ ଆଜି ବିଦ୍ୟାଳୟ ସ୍ତରୀୟ ଦଶମ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନମେଳାଟିକୁ ପ୍ରକାଶ ନାୟକ ଉଦଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନୟନ କିଶୋର ପରିଡ଼ା,ଡାଇରେକ୍ଟର ବଳରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସ୍କୁଲର ପ୍ରିନ୍ସପାଲ ଡ଼ଃ ଅଜିତ କୁମାର ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବିଜ୍ଞାନମେଳାରେ ୨୨୫ ଟି ବିଜ୍ଞାନ ପ୍ରକଳ୍ପ ଓ ୬୦ ରୁ ଉର୍ଦ୍ଧ୍ବ ଖାଦ୍ୟମେଳା ସ୍ଥାନିତ ହୋଇଥିଲା। ଆୟୋଜିତ କାର୍ୟ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ ଓ ଖାଦ୍ୟ ମେଳା ଗୁଡିକର ମୂଲ୍ୟାୟନ କାରୀ ଭାବେ ୟୁକେ ବ୍ୟାଙ୍କ ମ୍ୟାନେଜର ଅଭିନାସ ସେଠୀ, ଆସିଷ୍ଟାଣ୍ଟ ମ୍ୟାନେଜର ବିଶ୍ଵଜିତ ପାତ୍ରୀ ଯୋଗଦେଇ ମୂଲ୍ୟାୟନ କରିଥିଲେ। ବିଞାନ ମେଳା ଦେଖିବା ପାଇଁ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । କାର୍ୟ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ଅକ୍ସଫୋଡ ପବ୍ଲିକ ସ୍କୁଲ ପକ୍ଷରୁ ବିଜ୍ଞାନ ଓ ଖାଦ୍ୟ ମେଳା

Facebook
Twitter
LinkedIn
Facebook
Twitter
LinkedIn
Recent News
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...
ଗଞ୍ଜେଇ ମାଫିଆଙ୍କୁ ସାଧା ପୋଷାକରେ ଧରିବାକୁ ଆସି ଛେଚା ଖାଇଲେ ପୋଲିସ
ଭବାନୀପାଟଣା : ମହଙ୍ଗା ପଡିଲା ସାଦା ପୋଷାକରେ ଚଢ଼ାଉ । ଗଞ୍ଜେଇ ମାଫିଆକୁ ଧରିବାକୁ ଆସି ପୋଲିସ ହଟହଟ୍ଟା । ଚୋର ସନ୍ଦେହରେ ନିସ୍ତୁକ ପିଟିଲେ ଗାଁ...
ସରକାର ଡ୍ରାଇଭରଙ୍କ ଦାବି ପୂରଣ କରନ୍ତୁ ; ସରକାର ଶୋଇ ପଡିଛି , ଉଠାଇବାକୁ ହେବ
ଭୁବନେଶ୍ୱର : ଡ୍ରାଇଭର ଆନେ୍ଦାଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା କହିଲେ ରାହୁଲ । ସମାବେଶକୁ ଭଣ୍ଡୁର...
ପାକିସ୍ତାନରେ ଚଳନ୍ତା ବସକୁ ଅଟକାଇ ୯ ଜଣଙ୍କୁ ଅପହରଣ , ପରେ ନେଇଗଲେ ଜୀବନ
ନୂଆଦିଲ୍ଲୀ : ଆକ୍ରମଣକାରୀମାନେ ପାକିସ୍ତାନରେ ଏକ ଚଳନ୍ତା ବସ୍ ଅଟକାଇ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିଥିଲେ ଏବଂ ପରେ ସେମାନଙ୍କୁ ହତ୍ୟା କରିଥିଲେ । ଏହି...