ଭୁବନେଶ୍ୱର : କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ପରିବହନ ଗାଡିରେ ଲାଗିବ VLT । (ଭେଇକିଲ ଲୋକେସନ ଟ୍ରାକିଂ ସିଷ୍ଟମ୍) ଓ ପ୍ୟାନିକ ବଟନ୍ । ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ଅକ୍ଟୋବର ପହିଲାରୁ ନୂଆ ଗାଡି ରେଜିଷ୍ଟ୍ରେସନ ସମୟରେ VLT ଓ ପାନିକ ବଟନ୍ ଲଗାଇବାକୁ ନିୟମ ଆଣିଲା ପରିବହନ ବିଭାଗ । ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ୍ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକର ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ ବୋଲି ନୋଟିସରେ ଉଲ୍ଲେଖ ରହିଛି । କେବଳ ଦୁଇ ଚକିଆ, ତିନିଚକିଆ ଓ ରିକ୍ସା ଏଥିରୁ ବାଦ୍ ପଡ଼ିଛି । ଯାତ୍ରୀଙ୍କ ନିରାପତାକୁ ଦୃଷ୍ଟିରେ ରଖି ଏହି ଭିଏଲଟିଡ଼ି ଡିଭାଇସ୍ ଖଞ୍ଜିବାକୁ କୁହାଯାଇଛି ।
Views: 109











