ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବର୍ଷ ମାଘ ମାସରେ ଶୀତ ବଦଳରେ ତାପମାତ୍ରା ବଢ଼ି ଚାଲିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଖରା ଜନିତ ସମସ୍ୟାର ଆଶଙ୍କା ଦେଖାଦେଇନି, ତଥାପି ଆମକୁ ସଚେତନ ଓ ପ୍ରସ୍ତୁତ ରହିବାକୁ ପଡ଼ିବ। ପୂର୍ବରୁ ଅଂଶୁଘାତ ପାଇଁ ପ୍ରତି ଜିଲ୍ଲାକୁ ଷ୍ଟାଣ୍ଡାର୍ଡ ଆଡଭାଇଜରି ଜାରି ହୋଇଛି । ଆଗକୁ ଅଂଶୁଘାତ ଭଳି ସ୍ଥିତି ଆସିଲେ, ଆଉ ଥରେ ରିମାଇଣ୍ଡର ଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଲୋକଙ୍କୁ ସତର୍କ କରାଇବା ସହ ମେଡିକାଲ ପ୍ରସ୍ତୁତ ରଖିବା, ଆବଶ୍ୟକ ଔଷଧ ମହଜୁଦ ରଖିବା, ପ୍ରତି ହସ୍ପିଟାଲରେ ଅଂଶୁଘାତ ଲାଗି ଡେଡିକେଟେଡ ବେଡ୍ ରଖାଯିବାକୁ ନିର୍ଦ୍ଦେଶ ଯାଇଛି। ଅଂଶୁଘାତ ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।
Views: 100











