The Ultimate Managed Hosting Platform
ADVERTISEMENT

ଅଂଶୁଘାତରେ ଯୁବ ଚାଷୀଙ୍କ ମୃତ୍ୟୁ

Facebook
Twitter
LinkedIn

ଜଳେଶ୍ଵର (ଅଜିତ କୁମାର ସାହୁ ): ଜଳେଶ୍ଵର ସିଂଲା ଥାନା ଆମ୍ବ କୁଡୁଚି ଗ୍ରାମରେ ଅଘଟଣ। ଟାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଅଂଶୁଘାତର ଶିକାର ହୋଇ ଯୁବଚାଷୀ ମୃତ। ପ୍ରାପ୍ତ ସୂଚନା ମୁତାବକ ଆମ୍ବକୁଡୁଚି ଗ୍ରାମର ବଳରାମ ବେହେରା ନାମକ ୩୫ ବର୍ଷୀୟ ଯୁବକ ନିଜ ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରି ଚେତା ଶୂନ୍ୟ ହୋଇ ପଡ଼ିଥିଲେ। ତେବେ ପରିବାର ଲୋକ ବସ୍ତା ମେଡିକାଲକୁ ନେଇଥିଲେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିଂଲା ପୋଲିସ ପହଁଚି ଶବ ଜବତ କରି ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି। ତେବେ ବଳରାମଙ୍କ ଚାରି ବର୍ଷ ତଳେ ବିବାହ ହୋଇଥିଲା, ତାଙ୍କର ଜଣେ ତିନିବର୍ଷର ଶିଶୁ କନ୍ୟା ରହିଛି। ବଳରାମଙ୍କ ରୋଜଗାରରେ ତାଙ୍କ ପରିବାର ପ୍ରତିପୋଷଣ ହେଉଥିଲା। ତୁରନ୍ତ ତାଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login