ବାଲେଶ୍ଵର : ଜଳ ହିଁ ଜୀବନ। ତେବେ ଲୋକଙ୍କ ଜୀବନ ବଞ୍ଚାଉଥିବା ଜଳ ଯେ କେତେବେଳେ ଜହର ନ ସାଜିବ ସେ କଥା କହିହେବ ନାହିଁ। ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ଅନୁଯାୟୀ ବଜାର ରେ ପ୍ୟାକିଙ୍ଗ ଓ ଷ୍ଟିକରିଂ ହୋଇ ବେଧଡକ ଭାବେ ବିକ୍ରି ହେଉଛି ବିଭିନ୍ନ କମ୍ପାନୀର ପାନୀୟ ଜଳ। ପ୍ୟାକିଂ ପାଣି ବୋତଲ ଓ ପାଣି ପାଉଚ୍ ସହିତ, ରି-ଫିଲିଂ ଜାର ବା ରି-ଫିଲିଂ ଡ୍ରମ ପାଣି ର ମଧ୍ୟ ବେସ ଚାହିଦା ରହିଛି। ତେବେ ଏହି ପ୍ୟାକିଂ ପାଣି ବା ରି-ଫିଲିଂ ଡ୍ରମ ପାଣି କେତେ ବିଶୁଦ୍ଧ ଓ ପିଇବା ଉପଯୋଗୀ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ। ଏଠାରେ ସୂଚନା ଥାଉକି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ, ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତାଡ଼ଦା ପଞ୍ଚାୟତର ଶାସନ ଗ୍ରାମରେ ଥିବା ପାନୀୟ ଜଳ ପ୍ରତିଷ୍ଠାନ ଉପରେ ଅଚାନକ ଭାବେ ବାଲେଶ୍ଵର ଓ ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ଟିମ୍ ଚଢାଉ କରିଥିଲା। ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଅନୁଶ୍ରୀ ଖଟୁଆଙ୍କ ନେତୃତ୍ବରେ ,ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ସଶିକାନ୍ତ ବେହେରା ଏବଂ ଅନ୍ୟ ଦୁଇ ସହଯୋଗୀ ଚଢାଉରେ ସାମିଲ ହୋଇ ଥିଲେ। ଦୀର୍ଘ ଦିନ ହେବ ବେଆଇନ ଭାବେ ଉକ୍ତ ୱାଟର ପ୍ଲାଣ୍ଟ ଟି ଚାଲି ଆସୁଥିଲା ବୋଲି ଅଭିଯୋଗ ହୋଇଥିଲା।ତେବେ ଲାଇସେନ୍ସ , ପିଉରିଟୀ ରିପୋର୍ଟ, କେମିକାଲ ରିପୋର୍ଟ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନଥିବାରୁ ବିଭାଗ ପକ୍ଷରୁ ନୋଟିସ ଜାରି କରିବା ସହିତ, ପ୍ଲାଣ୍ଟ କୁ ବନ୍ଦପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ତେବେ ଏଥିରେ ଖିଲାପି କଲେ ପରବର୍ତ୍ତୀ ଅବସ୍ଥାରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ୱାଟର ପ୍ଲାଣ୍ଟରେ ଖାଦ୍ୟ ନିରାପତ୍ତା ଟିମର ଚଢାଉ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











