ଜମ୍ମୁ କାଶ୍ମୀର : ୱକଫ ବିଲକୁ ନେଇ ଜମ୍ମୁ କାଶ୍ମୀର ବିଧାନସଭାରେ ବିଶୃଙ୍ଖଳା । କାଗଜ ଫାଡି ଦେଲେ ଏନସି ବିଧାୟକ । ଗୃହ ମଝିରେ ସଦସ୍ୟଙ୍କ ହଙ୍ଗାମା । ନ୍ୟାସନାଲ କନଫରେନ୍ସ ଏବଂ ଅନ୍ୟ ଦଳର ବିଧାୟକଙ୍କ ନାରାବାଜି । ନ୍ୟାସନାଲ କନଫରେନ୍ସ ନେତା ତନବୀର ସାଦିକ ୱାକଫ ବିଲ୍ ଉପରେ ମୁଲତବୀ ପ୍ରସ୍ତାବକୁ ମଞ୍ଜୁରୀ ଦେବାକୁ ଦାବି କରିଥିବା ବେଳେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ ଯାହା ପରେ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟ ଗୃହରେ ନାରାବାଜୀ ଲଗାଇବା ପରେ ନ୍ୟାସନାଲ କନଫରେନ୍ସ ବିଧାୟକ ହିଲାଲ ଲୋନ ଏବଂ ସଲମାନ ସାଗର ୱାକଫ ବିଲର କପିକୁ ଚିରି ଦେଇଥିଲେ। ତେବେ ଗୃହର ପରିସ୍ଥିତି ଦେଖି ବାଚସ୍ପତି ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିବା ବେଳେ ବାଚସ୍ପତି ଅବଦୁଲ ରହିମ କହିଛନ୍ତି, ମୁଁ ନିୟମ ପଢିଛି ଏବଂ ନିୟମ ୫୮ ଅନୁଯାୟୀ, ଯଦି କୌଣସି ବିଷୟ ବିଚାରାଧୀନ ଥାଏ, ତାହାକୁ ସ୍ଥଗିତ ରଖିବା ପାଇଁ ଉଠାଯାଇପାରିବ। ଯେହେତୁ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ଅଛି ଏବଂ ମୁଁ ଏହାର ଏକ କପି ପାଇଛି, ନିୟମ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଆମେ ସ୍ଥଗିତ ପ୍ରସ୍ତାବ ମାଧ୍ୟମରେ ଆଲୋଚନା କରିପାରିବୁ ନାହିଁ।
ୱକଫ ବିଲକୁ ନେଇ ଜମ୍ମୁ କାଶ୍ମୀର ବିଧାନସଭାରେ ବିଶୃଙ୍ଖଳା, କାଗଜ ଫାଡି ଦେଲେ ଏନସି ବିଧାୟକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











