The Ultimate Managed Hosting Platform
ADVERTISEMENT

ୱକଫ ବିଲକୁ ନେଇ ଜମ୍ମୁ କାଶ୍ମୀର ବିଧାନସଭାରେ ବିଶୃଙ୍ଖଳା, କାଗଜ ଫାଡି ଦେଲେ ଏନସି ବିଧାୟକ

Facebook
Twitter
LinkedIn

ଜମ୍ମୁ କାଶ୍ମୀର : ୱକଫ ବିଲକୁ ନେଇ ଜମ୍ମୁ କାଶ୍ମୀର ବିଧାନସଭାରେ ବିଶୃଙ୍ଖଳା । କାଗଜ ଫାଡି ଦେଲେ ଏନସି ବିଧାୟକ । ଗୃହ ମଝିରେ ସଦସ୍ୟଙ୍କ ହଙ୍ଗାମା । ନ୍ୟାସନାଲ କନଫରେନ୍ସ ଏବଂ ଅନ୍ୟ ଦଳର ବିଧାୟକଙ୍କ ନାରାବାଜି । ନ୍ୟାସନାଲ କନଫରେନ୍ସ ନେତା ତନବୀର ସାଦିକ ୱାକଫ ବିଲ୍ ଉପରେ ମୁଲତବୀ ପ୍ରସ୍ତାବକୁ ମଞ୍ଜୁରୀ ଦେବାକୁ ଦାବି କରିଥିବା ବେଳେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ ଯାହା ପରେ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟ ଗୃହରେ ନାରାବାଜୀ ଲଗାଇବା ପରେ ନ୍ୟାସନାଲ କନଫରେନ୍ସ ବିଧାୟକ ହିଲାଲ ଲୋନ ଏବଂ ସଲମାନ ସାଗର ୱାକଫ ବିଲର କପିକୁ ଚିରି ଦେଇଥିଲେ। ତେବେ ଗୃହର ପରିସ୍ଥିତି ଦେଖି ବାଚସ୍ପତି ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିବା ବେଳେ ବାଚସ୍ପତି ଅବଦୁଲ ରହିମ କହିଛନ୍ତି, ମୁଁ ନିୟମ ପଢିଛି ଏବଂ ନିୟମ ୫୮ ଅନୁଯାୟୀ, ଯଦି କୌଣସି ବିଷୟ ବିଚାରାଧୀନ ଥାଏ, ତାହାକୁ ସ୍ଥଗିତ ରଖିବା ପାଇଁ ଉଠାଯାଇପାରିବ। ଯେହେତୁ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ଅଛି ଏବଂ ମୁଁ ଏହାର ଏକ କପି ପାଇଛି, ନିୟମ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଆମେ ସ୍ଥଗିତ ପ୍ରସ୍ତାବ ମାଧ୍ୟମରେ ଆଲୋଚନା କରିପାରିବୁ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login