ଭୁବନେଶ୍ୱର : ୮ ମାସରେ କଟକ, ପୁରୀ, ଭୁବନେଶ୍ୱରରେ ୬ ମୁଣ୍ଡ ନେଇଛି “ମୋ ବସ” । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉତ୍ତର । ୨୦୨୪ ଜୁନ ଠାରୁ ଏଯାବତ ୧୯ଟି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । କେବଳ ୨ଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର ଦିଆଯାଇଛି ।
ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଏ ସମ୍ପର୍କରେ ଆଜି ବିଧାନସଭାରେ ପ୍ରଶ୍ନ କରିଥିବାବେଳେ, ଏହାର ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେଡି ବିଧାୟକ ପ୍ରଶ୍ନ କରି ପଚାରିଥିଲେ ଯେ, ମୋ ବସରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି? ମୋ ବସ୍ ଧକ୍କାରେ ମୃତ୍ୟୁବରଣ କରିଥିବା ମୃତକ ପରିବାରଙ୍କୁ କେତେ ଟଙ୍କା କ୍ଷତିପୂରଣ ଦିଆଯାଇଛି?
ଏହାର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ୍ ଦ୍ୱାରା ୩୭୫ଟି ବସ୍ ଚଳାଚଳ କରୁଛି । ମୋ ବସ୍ ଦୁର୍ଘଟଣାରେ ୧୬ ଜଣ ପ୍ରାଣ ହରାଇଛନ୍ତି । ତେବେ ଇଲେକ୍ଟ୍ରି ବସ ପାଇଁ ସହର ଭିତରେ ଘଣ୍ଟାପ୍ରତି ବେଗ ୩୫ କିମି ରହିଥିବାବେଳେ, ଡିଜେଲ ବସ୍ ପାଇଁ ୪୦ କିମି ପ୍ରତି ଘଣ୍ଟା ରଖାଯାଇଛି । ଏହାସହ ଜାତୀୟ ରାଜପଥରେ ଚାଲୁଥିବା ୧୬ଟି ବସ୍ ପାଇଁ ୫୦ କିମି ପ୍ରତି ଘଣ୍ଟାରେ ଚାଲିବା ପାଇଁ ଧାର୍ୟ୍ୟ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
୮ ମାସରେ ମୋ ବସ ନେଇଛି ୬ ମୁଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











