ବିଜାପୁର : ବିଜାପୁର ନ୍ୟାସନାଲ ପାର୍କ ଆଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ୫,୬,୭ ତାରିଖ ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟରରେ ଟଳିଥିଲେ । ମୃତ ମାଓବାଦୀଙ୍କ ମଧ୍ୟରେ ସିସିଏମ ଗୈାତମ ସୁଧାକର , ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟ ଭାସ୍କର ମୃତ । ଚିହ୍ନଟ ହୋଇ ନ ଥିବା ଆଉ ୫ ଜଣଙ୍କ ପରିଚୟ ଖୋଜା ଚାଲିଛି । ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ‘ମୃତଦେହ ଉଦ୍ଧାର ସହିତ, ଏନକାଉଣ୍ଟର ସ୍ଥଳରୁ ୨ଟି ଏକେ-୪୭ ରାଇଫଲ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଆଖପାଖ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି । ସାପ କାମୁଡ଼ା, ମହୁମାଛି କାମୁଡ଼ା, ଡିହାଇଡ୍ରେସନ୍ ଏବଂ ଅନ୍ୟାନ୍ୟ ଅପରେସନାଲ୍ ଆଘାତ ଯୋଗୁଁ କିଛି ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ବର୍ତ୍ତମାନ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି । ସେମାନଙ୍କ ଅବସ୍ଥା ସ୍ୱାଭାବିକ ଏବଂ ବିପଦ ବାହାରେ ଅଛି ।
Views: 10