The Ultimate Managed Hosting Platform
ADVERTISEMENT

୭୪ ବର୍ଷରେ ପାଦ ଥାପିଲେ ରଜନୀକାନ୍ତ

Facebook
Twitter
LinkedIn

ସାଉଥ ସିନେମାର ସବୁଠୁ ଲୋକପ୍ରିୟ ସବୁଠୁ ଅଧିକ ସଫଳ ଓ ସବୁଠୁ ଅଧିକ ଲୋକଙ୍କ ହୃଦୟରେ ରାଜ କରୁଥିବା ମେଗାଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ ଅର୍ଥାତ ଆଜି ବୟସର ଆଉ ଏକ ସୋପାନରେ ପହଁଚିଛନ୍ତି । ଆଜି ସେ ୭୪ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ ରଜନୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।
ସୋସିଆଲ ମିଡିଆଠୁ ନେଇ ଚେନ୍ନାଇ ସ୍ଥିତ ବାସଭବନ ସବୁଠି ପହଞ୍ଚି ନିଜ ନିଜ ତରିକାରେ ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶଂସକ । ସେ ଇଣ୍ଡଷ୍ଟ୍ରିର ଏପରି ଜଣେ ଅଭିନେତା ଯାହାଙ୍କୁ ଲୋକମାନେ ଭଗବାନ ପରି ପୂଜା କରନ୍ତି । ରଜନୀକାନ୍ତଙ୍କର କୌଣସି ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କ ଫ୍ୟାନ୍ସମାନେ ସେହି ଫିଲ୍ମର ପୋଷ୍ଟରକୁ କ୍ଷୀରରେ ସ୍ନାନ କରାନ୍ତି ।
କିନ୍ତୁ ଏବେ ଜଣେ ଫ୍ୟାନ ରଜନୀକାନ୍ତଙ୍କ ପାଇଁ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ୟ୍ୟ ହୋଇଯିବେ । ରଜନୀକାନ୍ତଙ୍କର ଜଣେ ଫ୍ୟାନ ନିଜ ଘରେ ଏକ ଥଲାଇବା ମନ୍ଦିର ନିର୍ମାଣ କରିଛନ୍ତି । ତେବେ ଚଳିତ ବର୍ଷ ସେ ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ଏକ ନୂଆ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ସେ କହିଛନ୍ତି ଯେ ରଜନୀକାନ୍ତ ତାଙ୍କପାଇଁ କୌଣସି ଭଗବାନଙ୍କ ଠାରୁ କମ ନୁହେଁ । ସେ ତାଙ୍କୁ ଭଗବାନ ଭଳି ପୂଜା କରନ୍ତି । ଥଲାଇବାଙ୍କ ବିଷୟରେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି, କିନ୍ତୁ ଏହା ସତ୍ୟ । ଏହି ଖବର ମଦୁରାଇରୁ ଆସିଛି । ଏହି ମନ୍ଦିର ବିଷୟରେ ଆଉ ଏକ ବିଶେଷ କଥା ହେଉଛି, ଏଠାରେ ଅଭିନେତାଙ୍କର ୩ ଫୁଟ ଏବଂ ୩୦୦ କିଲୋଗ୍ରାମର ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ତେବେ ଏହି ଫ୍ୟାନଙ୍କ ନାମ ‘କାର୍ତ୍ତିକ’ ବୋଲି ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login