The Ultimate Managed Hosting Platform
ADVERTISEMENT

୭୦୦ ଫୁଟ ବୋରୱେଲରେ ଖସି ପଡିଛି ୩ ବର୍ଷର ଶିଶୁ କନ୍ୟା

Facebook
Twitter
LinkedIn

ଜୟପୁର : ୭୦୦ ଫୁଟ ବୋରୱେଲରେ ଖସି ପଡିଛି ୩ ବର୍ଷର ଶିଶୁ କନ୍ୟା । ଭଉଣୀ ସହ ଖେଳୁଥିବା ସମୟରେ ଗୋଡ ଖସି ଶିଶୁକନ୍ୟା ଜଣକ ବୋରୱେଲରେ ଖସି ପଡିଥିଲା । ରାଜସ୍ଥାନର କାଟେପୁତଲି ଅଞ୍ଚଳରେ ଘଟିଛି ଘଟଣା ।୧୫୦ ଫୁଟ ଗଭୀରରେ ଫସି ରହିଛି ଶିଶୁ କନ୍ୟା । ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ଏସଡିଆରଏଫ, ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ରେସକ୍ୟୁ ଅପରେସନ ଚାଲିଛି ।ଶିଶୁକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ମେଡିକାଲ ଟିମ ମଧ୍ୟ ଉପସ୍ଥିତ ଅଛନ୍ତି । ବୋରୱେଲରେ କ୍ୟାମେରା ଖଞ୍ଚା ଯାଇ ଶିଶୁର ଗତିବିଧି ଉପରେ ନଜର ରଖାଯାଇଛି । ଶିଶୁଟି ହାତ ହଲେଇ କାନ୍ଦୁଥିବାର କ୍ୟାମେରାରେ ରେକର୍ଡ ହୋଇଛି । କିନ୍ତୁ ପିଲାଟିର ବେକ ତଳକୁ ମାଟି ଜମିଥିବାରୁ ଶରୀର ହଲଚଲ ହେଉନାହିଁ ।ତେବେ ବୋରୱେଲ ନିକଟରେ ୧୫୦ ଫୁଟ ଖୋଳିବା ସମ୍ଭବ ନୁହେଁ । ଏଥିପାଇଁ ବହୁତ ସମୟ ଲାଗିବ । ତେଣୁ ପିଲାକୁ ହୁକ୍ ସହାୟତାରେ ଟାଣିବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲା ପ୍ରଶାସନ ଶିଶୁ କନ୍ୟାର କପଡାରେ ହୁକ୍ ଲଗାଇ ଉପରକୁ ଟାଣିବା ପାଇଁ ବାପା ମା ଏବଂ ଜେଜେଙ୍କୁ ଲିଖିତ ଭାବେ ଅନୁମତି ମାଗିଛନ୍ତି । ଏହି ପ୍ରକ୍ରିୟାରେ ଆଘାତ ଲାଗିପାରେ । ତେଣୁ ଜିଲ୍ଲା ପ୍ରଶାସନ ନିଜ ଉପରେ କୌଣସି ଦୋଷ ନ ଆସିବା ପାଇଁ ଏମିତି କରିଛି ।ତେବେ ବୋରୱେଲ ନିକଟରେ ୧୫୦ ଫୁଟ ଖୋଳିବା ସମ୍ଭବ ନୁହେଁ । ଏଥିପାଇଁ ବହୁତ ସମୟ ଲାଗିବ । ତେଣୁ ପିଲାକୁ ହୁକ୍ ସହାୟତାରେ ଟାଣିବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲା ପ୍ରଶାସନ ଶିଶୁ କନ୍ୟାର କପଡାରେ ହୁକ୍ ଲଗାଇ ଉପରକୁ ଟାଣିବା ପାଇଁ ବାପା ମା ଏବଂ ଜେଜେଙ୍କୁ ଲିଖିତ ଭାବେ ଅନୁମତି ମାଗିଛନ୍ତି । ଏହି ପ୍ରକ୍ରିୟାରେ ଆଘାତ ଲାଗିପାରେ । ତେଣୁ ଜିଲ୍ଲା ପ୍ରଶାସନ ନିଜ ଉପରେ କୌଣସି ଦୋଷ ନ ଆସିବା ପାଇଁ ଏମିତି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login