ଭୁବନେଶ୍ୱର : ‘୫ଟି’ ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ । କେନ୍ଦ୍ରକୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ବିଜୟ । ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ଅଭିଯୋଗ । ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ଦେଲେ ବିଜୟ । ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋର୍ଡିିଂ ଲାଗିଥିବା ଜଣାଇଲେ । ସଭାରେ ଯୋଗ ଦେଇ ଅନୁଦାନ ଘୋଷଣା କରୁଥିବା ଚିଠିରେ ଜଣାଇଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବାରୁ ତାଙ୍କପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ଆଶା କ୍ଷୀଣ । ଏ ନେଇ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ବିଜୟ ।
Views: 81