ଯାଜପୁର : ୫ଟି ସଚିବଙ୍କ ଗସ୍ତକୁ ମହିଳା କଂଗ୍ରେସର ବିରୋଧ । ଯାଜପୁର ରୋଡରେ କଳାଶାଢି ପିନ୍ଧି ମହିଳାଙ୍କ ପ୍ରତିବାଦ । ରାଜ୍ୟ ମହିଳା କଂଗ୍ରେସ ସଭଫାନେତ୍ରୀଙ୍କ ନେତୃତ୍ୱରେ ପ୍ରତିବାଦ । ଗୋପବନ୍ଧୁ ଛକରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବଳିତା ପରିଡାଙ୍କ ନେତୃତ୍ୱରେ ମହିଳାମାନେ ପ୍ରତିବାଦ କରିଛନ୍ତି । ତେବେ ପୋଲିସ ଚୋରଦା ଛକଠାରେ ତାଙ୍କୁ ଅଟକାଇଛି । ନିକଟରେ ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସଚିବଙ୍କୁ କଂଗ୍ରେସ ବିରୋଧ କରିବ । ଏମିତିକି କାଳି ମାଡ ସହ ଅଣ୍ଡା ମାଡ କରିବାକୁ ଦଳ ନିଷ୍ପତି ନେଇଛି ବୋଲି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ । ଯାହାର ପ୍ରତିଫଳନ ଆଜି ସଚିବଙ୍କ ଯାଜପୁର ଗସ୍ତ ବେଳେ ଦେଖିବାକୁ ମିଳିଛି ।
Views: 101