The Ultimate Managed Hosting Platform
ADVERTISEMENT

୪ ଦିନ ପରେ ବି ଟନେଲରୁ ଉଦ୍ଧାର ହୋଇପାରିଲେନି ଶ୍ରମିକ

Facebook
Twitter
LinkedIn

ଉତ୍ତରାଖଣ୍ଡ: ଏବେବି ଟନେଲରେ ଫସି ରହିଛନ୍ତି ଶ୍ରମିକ । ୪ ଦିନ ପରେ ବି ଟନେଲରୁ ଉଦ୍ଧାର ହୋଇପାରିନାହାନ୍ତି ଶ୍ରମିକ। ଆଜି ପଞ୍ଚମ ଦିନରେ ଚାଲିଛି ରେସ୍କ୍ୟୁ ଅପରେସନ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନାହିଁ । ଗତକାଲି ଷ୍ଟିଲ ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା । ମାତ୍ର ତାହା ସଫଳ ହୋଇପାରିନାହିଁ । ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ାଯାଇଛି।
ଥାଇଲାଣ୍ଡ୍ ଓ ନରଓ୍ବେର ବିଶେଷଜ୍ଞମାନଙ୍କ ସହାୟତା ମଗାଯାଇଛି। ଉଦ୍ଧାରକାରୀ ଦଳର କହିବା ଅନୁସାରେ ୬୦ ମିଟର ଧୂଳିମାଟି ଭିତରୁ ଏ ପର୍ୟ୍ୟନ୍ତ ୨୦ ମିଟର ସଫା କରାଯାଇପାରିଛି। ଆଜି ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ଆଶା ପ୍ରକାଶ କରାଯାଉଛି। ନୂଆ ଡ୍ରିଲିଂ ମେସିନ୍ ଲଗାଇବା ପାଇଁ ପ୍ଲାଟଫର୍ମ ଲେଭେଲିଂ କାମ ଚାଲିଛି। ପାଇପକୁ ଆବର୍ଜନା ଭିତରକୁ ଠେଲି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login