ମାଲକାନଗିରି : ଛତିଶଗଡର ବିଜାପୁରରେ ୪୧ ମାଓବାଦୀଙ୍କ ଆତ୍ମସମର୍ପଣ । ୪୧ ମାଓବାଦୀଙ୍କ ମଧ୍ୟରେ ୨୯ ପୁରୁଷ ଓ ୧୨ ମହିଳା କ୍ୟାଡର । ସମସ୍ତଙ୍କ ମୁଣ୍ଡ ଉପରେ ଥିଲା ୧୯ ଲକ୍ଷ ଟଙ୍କାର ପୁରସ୍କାର ।
ଅନ୍ୟପଟେ ନକ୍ସଲ ବିରୋଧୀ ଅଭିଯାନରେ ଝାଡ଼ଖଣ୍ଡର ଲୋହାରଦାଗା ପୁଲିସ ଜଣେ ମାଓବାଦୀକୁ ଗିରଫ କରିଛି। ସେ ହେଉଛି ଭାକପା ମାଓବାଦୀ ସଙ୍ଗଠନର ଆଞ୍ଚଳିକ କମାଣ୍ଡର ତଥା ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ରବୀନ୍ଦ୍ର ଗଞ୍ଜୁ ଦଳର ସଦସ୍ୟ ରାଜା ହେମନ୍ତ ଅସୁର ଓରଫ୍ ରାଜନ। ରାଜା ହେମନ୍ତ ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି। ତାଙ୍କ ପାଖରୁ ଏକ ଦେଶୀବନ୍ଧୁକ ଓ ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ରାଜା ହେମନ୍ତ ଲୋହାରଦାଗା ଅଞ୍ଚଳରେ ଘୂରି ବୁଲୁଥିବା ଗୁପ୍ତ ସୂଚନା ଆଧାରରେ ପୁଲିସ ଅଭିଯାନ ଆରମ୍ଭ କରିଥିଲା।
Views: 31











