The Ultimate Managed Hosting Platform
ADVERTISEMENT

୩ ଶାବକଙ୍କୁ ଜନ୍ମ ଦେଲେ ଜ୍ୱାଳା , କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର

Facebook
Twitter
LinkedIn

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ବାଘୁଣୀ ‘ଜ୍ୱାଳା’ ଖୁସି ଖବର ଦେଇଛି। ନାମିବ୍ୟାରୁ ଆସିଥିବା ଏହି ବାଘୁଣୀ ‘ଜ୍ୱାଳା’ ତିନିଟି ଶାବକକୁ ଜନ୍ମ ଦେଇଛି । ଫଳରେ କୁନୋରେ ଚିତା ସଂଖ୍ୟା ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋଶିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।
ଏକ୍ସରେ ମନ୍ତ୍ରୀ ଯାଦବ ଲେଖିଛନ୍ତି, କୁନୋରେ ନୂତନ ଛୁଆ! ଜ୍ୱାଳା ନାମକ ନାମିବ୍ୟା ଚିତା ୩ଟି ଶାବକ ଜନ୍ମ ଦେଇଛି। ଦେଶର ସମସ୍ତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀମାନଙ୍କୁ ଅଭିନନ୍ଦନ। ଏହିପରି ଭରତର ବନ୍ୟଜନ୍ତୁ ସଂଖ୍ୟା ବୃଦ୍ଧି ହେଉ ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login