The Ultimate Managed Hosting Platform
ADVERTISEMENT

୩ ଦିନ ହେବ ଜଳୁଛି ପାହାଡ

Facebook
Twitter
LinkedIn

ଆସିକା : ୩ ଦିନ ହେବ ଜଳୁଛି ଷଣ୍ଢଚୂଳିଆ ପାହାଡ ଜଙ୍ଗଲ । ଭେଜିପୁଟ ଷଣ୍ଢଚୂଳିଆ ପାହାଡରେ ଲାଗିଛି ନିଆଁ । ଜଳିଗଲାଣି ବହୁ ମୂଲ୍ୟ ଗଛ । ବିପଦରେ ବନ୍ୟଜନ୍ତୁ । ଲଣ୍ଡାକୋଟ, ହାତୀଧରା, ଖୋଲଗଡ, ରାଇଲ, ସୁହାଣୀ,ଟାଲ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ପାହାଡରେ ନିଆଁ ଲାଗିଛି । ଫଳରେ ଜଳିପୋଡ଼ି ପାଉଁଶ ହୋଇଯାଉଛି ଛୋଟବଡ଼ ମୂଲ୍ୟବାନ ଗଛ । ନିଆଁ ଲାଗିବା ଫଳରେ ପଶୁପକ୍ଷୀଙ୍କ ପାଇଁ ବିପଦ ଦେଖାଦେଇଛି । ରାସ୍ତା ଘାଟ ଧୂଆଁମୟ ହୋଇଯାଉଥିବାରୁ ରାସ୍ତାରେ ଯିବାଆସିବା କରୁଥିବା ଲୋକମାନେ ଅତିଷ୍ଟ ହୋଇପଡିଲେଣି । କିଛି ଲୋକ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହୋଇଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କଲେ ମଧ୍ୟ ସୁଫଳ ମିଳୁନି । ନିଆଁକୁ ଆୟତ୍ତ କରିବାରେ ବନବିଭାଗ ନାକେଦମ ହୋଇଗଲାଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login