The Ultimate Managed Hosting Platform
ADVERTISEMENT

୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଅଟଳ

Facebook
Twitter
LinkedIn

ନୂଆଦିଲ୍ଲୀ :ମନେପଡନ୍ତି ଅଟଳ..ଆଜି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଅଟଳ ବିହାରୀ ବାଜପେୟୀ ଡିସେମ୍ବର ୨୫, ୧୯୨୪ରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ଦେଶର ସୁପୁତ୍ର । ଅଟଳ ବିହାରୀ ବାଜପେୟୀଙ୍କର ଆଜିର ଜନ୍ମ ବାର୍ଷିକିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ମନେ ପକାଇଛନ୍ତି । ଅଟଳ ବିହାରୀ ବାଜପେୟୀ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସର୍ବପ୍ରଥମେ, ସେ ୧୯୯୬ ରେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ବହୁମତ ନିଷ୍ପତି ନହେବେ କାରଣରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ୧୯୯୮ ରେ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ସହଯୋଗୀମାନଙ୍କ ସମର୍ଥନ ପ୍ରତ୍ୟାହାର ହେତୁ ୧୯୯୯ ରେ ୧୩ ମାସ ପରେ ପୁନର୍ବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅକ୍ଟୋବର ୧୩, ୧୯୯୯ରେ, ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ୨୦୦୪ ପର୍ୟ୍ୟନ୍ତ ତାଙ୍କର କାର୍ୟ୍ୟକାଳ ସମାପ୍ତ କରିଥିଲେ ।
ଦେଶର ଅନେକ ନେତାମାନଙ୍କ ମଧ୍ୟରୁ ଅଟଳ ବିହାରୀ ବାଜପେୟୀ ଯିଏକି ପାର୍ଟି ସର୍କଲ ବାହାରେ ସମସ୍ତଙ୍କଠାରୁ ସମ୍ମାନ ପାଇଥିଲେ । ଏପରି ଭାବେ ଡିସେମ୍ବର ୨୦୧୪ରେ ଅଟଳ ବିହାରୀ ବାଜପେୟୀଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରାଯାଇଥିଲା । ମାର୍ଚ୍ଚ ୨୦୧୫ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରୋଟୋକଲ ଭାଙ୍ଗି ଅଟଳ ଜିଙ୍କ ଘରକୁ ଯାଇ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ଜନ୍ମତିଥି । ଏହି ଦିନରେ ତାଙ୍କ ଅଭୁଲା ସ୍ମୃତିକୁ ମନେପକାଉଛି ସାରା ଦେଶ। ଏହି ଅବସରରେ ଦିଲ୍ଲୀ ସ୍ଥିତ ‘ସଦୈବ ଅଟଳ’ ସ୍ମାରକୀ ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ଶ୍ରଦ୍ଧାସୁମନ ଜଣାଇଛନ୍ତି । ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ବାର୍ଷିକ । ସାରା ଦେଶରେ ବିଜେପି ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଆସନ୍ତା ବର୍ଷ ୨୦୨୪ରେ ତାଙ୍କ ଜନ୍ମ ଶତବାର୍ଷିକୀ ପୂର୍ବରୁ ଏହି ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଛି । ଏଥିପାଇଁ ଅଟଳ ମେମୋରିଆଲକୁ ସର୍ବଦା ସଜାଯାଇଛି ଏବଂ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login