ମୁମ୍ବାଇ : ଶ୍ରଦ୍ଧା କପୁର ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଫ୍ୟାନ୍ସମାନେ ଅଭିନେତ୍ରୀଙ୍କୁ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବହୁତ ପସନ୍ଦ କରନ୍ତି । ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଶ୍ରଦ୍ଧାଙ୍କ ସୁନ୍ଦରତା ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶ୍ରଦ୍ଧା ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ଗାୟିକା ମଧ୍ୟ । ତାଙ୍କ ବାପା ଶକ୍ତି କପୁର ମଧ୍ୟ ଜଣେ ଚର୍ଚ୍ଚିତ କଳାକାର । ଖୁବ କମ ବୟସରେ ଶ୍ରଦ୍ଧା ନିଜ ଦମଦାର ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ୩ ମାର୍ଚ୍ଚ ୧୯୮୭ ରେ ଶ୍ରଦ୍ଧା ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ଯାହା ପରେ ସେ ନିଜ ପାଠପଢା ମଧ୍ୟ ବମ୍ବେରୁ ହିଁ ଆରମ୍ଭ କରିଥିଲେ । ପରେ ହାଇୟର ଷ୍ଟଡି ପାଇଁ ଆମେରିକା ଯାଇଥିଲେ । ପରେ ସେଠାରୁ ଫେରି ନିଜ କ୍ୟାରିୟରକୁ ନେଇ ରଖିଥିବା ଲକ୍ଷ୍ୟକୁ ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଫିଲ୍ମ ‘ତୀନ ପତ୍ତୀ’ରୁ ଶ୍ରଦ୍ଧା ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ।
୩୮ ବର୍ଷରେ ପାଦ ଦେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ ବସ ଧକ୍କାରେ ୩ ଯୁବତୀଙ୍କ ଚାଲିଗଲା ଜୀବନ
ପିପିଲି : ପୁଣି ଆମ ବସ ଘଟାଇଲା ଦୁର୍ଘଟଣା । ଆମ ବସ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ଚାଲିଗଲା ଜୀବନ । ତରାକାଜ ନିକଟରେ...
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...
ବାମ ମୋଡ ନେଲା ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡା : ବାମ ମୋଡ ନେଇ ଅଟକିଲା ବ୍ରହ୍ମ ତାଳଧ୍ୱଜ । ଦେବୋତ୍ତର ବିଭାଗ ଠାରୁ କିଛି ବାଟ ଯାଇ ବାମ ମୋଡ ନେଲା । ରେଲୱେ...
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା
ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...