ବ୍ୟୁରୋ : ଆଜି କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ। ୩୫ ବର୍ଷରେ ପଦାର୍ପଣ କରିଛନ୍ତି କୋହଲି । କ୍ରିକେଟ ଦୁନିଆରେ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ସାଜିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । କ୍ରିକେଟ ଦୁନିଆରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ବିରାଟ । ୱାନ ଡେ କ୍ରିକେଟ ହେଉକି ଟି ୨୦ ଇଣ୍ଟନ୍ୟାସନାଲ କ୍ରିକେଟ ସବୁଥିରେ ଦମଦାର ପ୍ରଦର୍ଶନ କରିଛନ୍ତି ବିରାଟ । ୨୦୦୮ ଅଗଷ୍ଟ ୧୮ରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ ବିରାଟ । ସେବେଠାରୁ ଏବେ ଯାଏ ସେ ୧୩ହଜାର ୫୨୫ ରନ କରିଛନ୍ତି । ବର୍ତ୍ତମାନ ବିଶ୍ବକପ ଖେଳୁଥିବା ବିରାଟ ଫୁଲ୍ ଫର୍ମରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚରୁ ୪୪୨ ରନ୍ କରିସାରିଛନ୍ତି । ତେବେ ଆଜି ତାଙ୍କ ୩୫ ତମ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର ୩୫ଟି ରେକର୍ଡ ସମ୍ପର୍କରେ । ୨୦ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିଥିବା ବିରାଟ ଆଜି କ୍ରୀଡା ଦୁନିଆରେ ବହୁ ବଡ଼ ନାଁ । ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ବିରାଟ । ବିରାଟଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଫ୍ୟାନଙ୍କ ଶୁଭେଛା।
୩୫ ବର୍ଷରେ ବିରାଟ କୋହଲି,ଛୁଟୁଛି ଶୁଭେଚ୍ଛା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











