ଭୁବନେଶ୍ୱର : ରାଜ୍ୟର ୩୨ଟି ନିଗମରେ ଖାଲି ପଡିଛି ୧୦ ହଜାର ୨୬୪ ପଦବୀ । ବିଧାନସଭାରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସୂଚନା । ଓଡିଶା କୃଷି ଶିଳ୍ପ ନିଗମରେ ୨୮୮, ଓଡିଶା ବିହନ ନିଗମରେ ୧୦୩ ପଦବୀ ଖାଲି , ଖଣି ନିଗମରେ ୧୧୬୩, ନିର୍ମାଣ ନିଗମରେ ୪୮୩ ପଦ ଖାଲି , ଜଳ ବିଦ୍ୟୁତ ନଗମରେ ୧୧୧୨, ଶକ୍ତି ସଂଚାରଣ ନିଗମରେ ୨୨୬୧ ପଦବୀ ଖାଲି ରହିଛି । ସେହିପରି କ୍ଷୁଦ୍ର ଶିଳ୍ପ ନିଗମରେ ୨୦୫, ଉଠା ଜଳସେଚନ ନିଗମରେ ୧୧୫୦ , ପଣୟଗାର ନିଗମରେ ୩୪୯ , ସଡକ ପରିବହନ ନିଗମରେ ୩୬୧ ପଦବୀ ଖାଲି ରହିଛି । ବ୍ୱାଟକୋରେ ୬୫ , ଶିଳ୍ପ ଭିତ୍ତିଭୂମିଉନ୍ନୟନ ନିଗମରେ ୧୧୭ ପଦ ଖାଲି ।
Views: 92











