ଭୁବନେଶ୍ୱର : ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଉତ୍ତର ତାମିଲନାଡୁ-ଆନ୍ଧ୍ର ଉପକୂଳ ପାଖାପାଖି ପହଁଚିବା ସମ୍ଭାବନା । ବାତ୍ୟା ସମ୍ପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା । ସୁଦୃଶ୍ୟ ଲଘୁଚାପଟି ୨୪ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ । ପରବର୍ତ୍ତୀ ସମୟରେ ଗତି ଓ ଦିଗ ବଜାୟ ରଖିବା ସହ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହେବ । ୩ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ସାଇକ୍ଲୋନର ନାଁ ରହିବ ମିଗଜମ୍ । ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୪ତାରିଖ ଭୋରରୁ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଓଡ଼ିଶା ପାଇଁ ଏବେ କୌଣସି ୱାର୍ଣ୍ଣିଂ ଜାରି ହୋଇନି । ୩ ତାରିଖ ପରେ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।
Views: 76