ମୁମ୍ବାଇ : ପୁଣି ଥରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ୩ବର୍ଷ ପରେ ବଡ଼ ପରଦାକୁ ନହେଲେ ବି ସେ ଏବେ ଛୋଟ ପରଦାରେ ନଜର ଆସିବେ। ଏମଟିଭି ରୋଡିଜ-୧୯ରେ ସେ ଗ୍ୟାଙ୍ଗ ଲିଡର ହେବେ ରିୟା ଚକ୍ରବର୍ତ୍ତୀ। କୁହାଯାଉଛି ଯେ, ପ୍ରିନ୍ସ ନରୁଲା ଏବଂ ଗୌତମ ଗୁଲାଟିଙ୍କ ପରେ ତୃତୀୟ ଗ୍ୟାଙ୍ଗ ଲିଡରଙ୍କ ନାଁ ରିୟା ଚକ୍ରବର୍ତ୍ତୀ ବୋଲି ପ୍ରକାଶ କରାଯାଇଛି! ନିର୍ମାତାମାନେ ରିୟା ଚକ୍ରବର୍ତ୍ତୀଙ୍କ ପ୍ରମୋ ରିଲିଜ୍ କରିଛନ୍ତି। ତେବେ ରିଲିଜ୍ ପ୍ରମୋରେ ଅଭିନେତ୍ରୀ ତୃତୀୟ ଗ୍ୟାଙ୍ଗ ଲିଡର ଥିବାର ଦେଖାଯାଇଛି। ପ୍ରମୋରେ ରିୟା କହୁଛନ୍ତି – ଆପଣଙ୍କ କ’ଣ ଭାବିଥିଲେ, ମୁଁ ଆଉ ଆସିବି ନାହିଁ। ମୁଁ ଡରିଯିବି। ଏବେ ମୁଁ ନୁହେଁ ଆଉ କିଏ ଡରିବ। ଅଡିସନରେ ଦେଖା ହେବା।
ରିୟାଙ୍କ ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁସି ଥିବା ବେଳେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏହା ନାପସନ୍ଦ କରିଛନ୍ତି। ସୂଚନା ଥାଉକି, ୨୦୨୦ରେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରାଯାଇଥିଲା। ଏହା ପରେ ବେଆଇନ ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜେଲ ଯାଇଥିଲେ।
୩ବର୍ଷ ପରେ ରୋଡିଜ-୧୯ରେ ନଜର ଆସିବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ !

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...