The Ultimate Managed Hosting Platform
ADVERTISEMENT

୨-୪ ଦିନ ଭିତରେ ପାକ ଯୁଦ୍ଧ ! ଯୁଦ୍ଧକୁ ନେଇ ଭୟରେ ବିଚଳିତ ପାକିସ୍ତାନ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଳିବିଳେଇଲାଣି ପାକିସ୍ତାନ । ଯେ କୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ । ପାକିସ୍ତାନକୁ ଘାରିଛି ଭାରତର ଆସନ୍ନ ଆକ୍ରମଣ ଆଶଙ୍କା । ଏପରିକି ୨-୪ ଦିନ ଭିତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗିପାରେ ବୋଲି କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ । ସେ କହିଛନ୍ତି, ପାକିସ୍ତାନ ଅସ୍ତିତ୍ୱ ହଜାଇ ଦେବାକୁ ଭାରତ ଚାହୁଁଛି । ତେବେ ଭାରତ ଆକ୍ରମଣ କଲେ ପାକିସ୍ତାନୀ ସେନା ଏହାର ଜୋରଦାର ଜବାବ ଦେବ। ଏଥିପାଇଁ ପାକିସ୍ତାନୀ ସେନାକୁ ପ୍ରସ୍ତୁତ କରି ରଖାଯାଇଛି। ଦରକାର ହେଲେ ପାକିସ୍ତାନ ପରମାଣୁ ହମଲା କରି ଭାରତ ଆକ୍ରମଣର ଜବାବ ଦେବ ବୋଲି ଆସିଫ କହିଛନ୍ତି ।ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ଭାରତ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛି । ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି ବୋଲି ଭାରତ ଅଭିଯୋଗ କରି ଆସୁଛି । ପହଲଗାମ ଆତଙ୍କୀ ଆକ୍ରମଣକୁ ସାରା ବିଶ୍ୱରୁ ନିନ୍ଦା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ADVERTISEMENT
ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ୨୦୨୩ ବର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ...

Login