ମାଲକାନଗିରି : ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ । ୩୨୬ ନଂ ଜାତୀୟ ରାଜପଥ ଏମଭି-୧୬ ନିକଟରେ ଦୁର୍ଘଟଣା । ମୃତ ୨ଜଣ ବ୍ୟକ୍ତି ପିଣ୍ଡିକୋଣ୍ଡା ଗାଁର ବୋଲି ଜଣାପଡ଼ିଛି । ପିଣ୍ଡିକୋଣ୍ଡା ଗାଁର ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କାଲିମେଳା ମେଡ଼ିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତକାଲି ସେହି ସ୍ଥାନରେ କୁହୁଡ଼ି ଯୋଗୁଁ ଦୁଇଟି ଟ୍ରକ୍ ମୁହଁମୁହିଁ ଧକ୍କା ହୋଇଥିଲା । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା । ୨ ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ କାଲିମେଳା ପୋଲିସ ପହଁଚି ତଦନ୍ତ ଆରମ୍ବ କରିଛି ।
Views: 88











