କେନ୍ଦୁଝର : ୫ଟି ସଚିବ ଭି, କେ ପାଣ୍ଡିଆନ କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି । ଆଜି ପାଟଣା ବିଧାୟକ ତଥା ଯୋଜନା ବୋର୍ଡ଼ ଅଧକ୍ଷ ଜଗନ୍ନାଥ ନାୟକଙ୍କ ତତ୍ୱାବଧାନରେ ପାଟଣାର ପ୍ରମୁଖ ପର୍ୟଟନ ସ୍ଥଳି ଭୀମକୁଣ୍ଡ ଠାରେ ପରିଦର୍ଶନର କାର୍ୟ୍ୟକ୍ରମ ରହିଥିଲା । ସକାଳ ନଅଟା ବେଳେ ପାଟଣା ତଣ୍ଡ ଠାରେ ହେଲିକେପଟରରେ ଅବତରଣ କରି ଥିଲେ । ସେଠାରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକୁରେ, ନୂତନ ଭାବେ ଯୋଗ ଦେଇଥିବା ଏସପି ନିତିନ କୁଶଲକର, ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁ, ସାହାରପଡା ବିଡିଓ ବିଜୟ କୁମାର ନାୟକଙ୍କ ସମେତ ବହୁ ପ୍ରଶାସନ ଅଧିକାରୀ ୫ଟି ସଚିବଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରିଥିଲେ । ଏହାପରେ ସଚିବ ଭୀମକୁଣ୍ଡ ଯାଇ ସେଠାକାର ଉର୍ଣ୍ଣୟନ କାର୍ୟକ୍ରମର ସମୀକ୍ଷା କରିଥିଲେ । ଭୀମକୁଣ୍ଡ କାର୍ୟ୍ୟକ୍ରମ ସାରି ଚମ୍ପୁଆ ଅଭିମୁଖେ ଗସ୍ତ କରିଛନ୍ତି । ଚମ୍ପୁଆ ନଗର ଖେଳ ପଡିଆ ଠାରେ ଅବତରଣ କରି ଡିଙ୍ଗର ଫର୍ମ ଟ୍ୟାପ ପ୍ରୋଜେକ୍ଟର ଜଳ ବିଶୋଧାନଗାର ପ୍ରକଳ୍ପର ସମୀକ୍ଷା କରିବେ । ପରେ ଚମ୍ପୁଆ ନେହେରୁ ଷ୍ଟାଡିଅମ ରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବାରେ କାର୍ୟ୍ୟକ୍ରମ ରହିଛି ।
୨ ଦିନିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...