କୁଚିଣ୍ଡା : ୨ ଜଣ ବ୍ୟକ୍ତିଙ୍କୁ ଦଳି ମାରିଦେଲା ହାତୀ । ଫସଲ ଜଗିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ବାମରା ବନଖଣ୍ଡ ବଡରମା ରେଞ୍ଜ କୁତବ ଜଙ୍ଗଲରେ ଦଳିଦେଲା । କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ଜଙ୍ଗଲ ନିକଟସ୍ଥ ଗ୍ରାମରେ ମଣିଷ-ହାତୀ ଲଢ଼େଇ ଏକ ନିତିଦିନିଆ ଘଟଣା। କେତେବେଳେ ଏହି ଲଢ଼େଇରେ ହାତୀ ତ କେତେବେଲେ ମଣିଷର ଜୀବନ ହାନି ହୋଇଥାଏ। ଜଙ୍ଗଲ ଭିତରେ ହାତୀର ଖାଦ୍ୟ ଅଭାବ ଯୋଗୁଁ ହାତୀ ଗ୍ରାମ ଅଭିମୁଖ ହୋଇ ଫସଲ ହାନି କରିବା ସହିତ ଖାଇଥାନ୍ତି। ବର୍ତମାନ ଉପଖଣ୍ଡ ଚାଷୀଙ୍କ ଏକମାତ୍ର ଆମଦାନୀର ଉତ୍ସ ଖରିଫ ଧାନ। ଧାନର ଆମଳ ଚାଲିଛି। ବାରହ, ହାତୀ ଓ ବନ୍ୟା ଜୀବଜନ୍ତୁ ଏହା ଖାଇବାକୁ ଗାଁକୁ ପଶୁଛନ୍ତି। ମଣିଷ ମଧ୍ୟ ଏହାକୁ ରକ୍ଷା କରିବା ପାଇଁ ଫସଲ ଜଗୁଛନ୍ତି। ଏହି ସମୟରେ ହାତୀ ଓ ମଣିଷ ମଧ୍ୟରେ ଛକାପଞ୍ଜା ଚାଲିଥାଏ। ହାତୀ ଆସିବା ଖବର ପାଇ ଲୋକେ ମେଳି କରି ବାଜା ବଜାଇ ଫୋଟକା ଫଟାଇ ହାତୀକୁ ଘଉଡ଼ାଇ ଥାଆନ୍ତି। ଏଣେ ଗତକାଲି କୁତବ ନିକଟରେ ଦୁଇ ଜଣ ବ୍ୟକ୍ତିଙ୍କ ହାତୀ ଆକ୍ରମଣ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ପୁୂୂଲିସ ଓ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।
୨ ଜଣଙ୍କୁ ଦଳି ମାରିଲା ହାତୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











